କନକ ବ୍ୟୁରୋ : ପ୍ରଥମଥର ପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଅନ୍ୟ ଦଳ ସହ ମେଣ୍ଟ କରିବାକୁ ଲୋକପ୍ରିୟ ଅଭିନେତା ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ଆଗ୍ରହ ପ୍ରକାଶ କରିବାର କାରଣ କ’ଣ ହୋଇଥାଇପାରେ ? କରୁର ଦଳାଚକଟା ଘଟଣା ପରେ ରାଜନୈତିକ ଦୃଷ୍ଟିକୋଣରୁ ଟିଭିକେ ଏକ ଘରିଆ ହୋଇପଡିଥିଲା । କେବଳ ବିଜେପିର କେନ୍ଦ୍ରୀୟସ୍ତରର ନେତୃବୃନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ବିଜୟଙ୍କୁ ସମର୍ଥନ କରିବାକୁ ଆଗେଇ ଆସିନଥିଲେ । ରାଜନୀତିରେ ଏହି ଅପ୍ରିୟ ସତକଥା ବିଜୟଙ୍କୁ ବୁଝିବାକୁ ବେଶ ସମୟ ଲାଗିନାହିଁ । ଯାହାଫଳରେ ଉଭୟ ଡିଏମକେ ଓ ବିଜେପି, ଏଆଇଏଡିଏମକେ ସହ କୌଣସି ସମ୍ପର୍କ ରଖିବାକୁ ସମ୍ପୂର୍ଣ୍ଣ ମନା କରୁଥିବା ଟିଭିକେ ମେଣ୍ଟ ପାଇଁ ଆଗେଇ ଆସିଛି ।
ପୁରୁଣା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିତିଲାଣି ୬ ମାସ, ଏଯାଏଁ ହୋଇପାରିନି ଗୋଟିଏ ବି ଅଧ୍ୟାପକ ପଦବୀରେ ନିଯୁକ୍ତି
ଡିଏମକେକୁ ତାମିଲନାଡୁର ଶାସନ କ୍ଷମତାରୁ ହଟାଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ବହୁଦିନ ହେଲା ଚେଷ୍ଟାର ଅଛନ୍ତି ।ଏଥିପାଇଁ ଭାଙ୍ଗିଯାଇଥିବା ଏଆଇଏଡିଏମକେ ମେଣ୍ଟକୁ ବିଜେପି ପୁଣି ଥରେ ଯୋଡିଛି । ଏହା ସହିତ ଦଳର ଉଦୟମାନ ସଭାପତି ଆନ୍ନାମଲାଇଙ୍କୁ ବଳି ଦେବାକୁ ମଧ୍ୟ ପଛାଇନଥିଲା । ଏତଦ ବ୍ୟତୀତ ଏଆଇଏଡିଏମକେ ଛାଡ଼ି ଚାଲିଯାଇଥିବା ଅସନ୍ତୁଷ୍ଟ ଦଳମାନଙ୍କୁ ସାମିଲ କରିବାକୁ ବିଜେପି ଚାହୁଛି । କରୁର ଦଳାଚକଟା ଘଟଣା ପରେ ବିଜୟଙ୍କ ସହ ଏଥିପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଯାହାର ପ୍ରତିଫଳନ ଆଜିର ଟିଭିକେର ମେଣ୍ଟ ସମ୍ବନ୍ଧୀୟ ନୂଆ ମନ୍ତବ୍ୟରେ ବାରି ହୋଇପଡୁଛି । ରାଜ୍ୟର ସାଧାରଣ ଜନତାଙ୍କ ପ୍ରିୟ ହୋଇଥିବାରୁ ଟିଭିକେ,ତାର ମୁଖ୍ୟ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିବାକୁ ଚାହୁଛି । ଯାହାକି ଏଆଇଏଡିଏମକେ ମାନିବା ସ୍ଥିତିରେ ନାହିଁ । ଏଭଳି ସ୍ଥଳେ ବିଜେପି ମେଣ୍ଟରେ ଟିଭିକେ ଯୋଗଦାନ ଉପରେ ପ୍ରଶ୍ନ ଲାଗିବା ସ୍ବାଭାବିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/tvk-2025-11-05-21-20-03.jpg)