କନକ ବ୍ୟୁରୋ : ବ୍ରହ୍ମପୁର ସହରର ଦୀର୍ଘଦିନର ଟ୍ରାଫିକ ସମସ୍ୟା ଦୂର କରିବା ଲକ୍ଷ୍ୟରେ ଗେଟ୍ବଜାର ଠାରେ ଓଭର ବ୍ରିଜ୍ ନିର୍ମାଣ କାମ ଆରମ୍ଭ ହୋଇଛି । କିନ୍ତୁ ସେହି ରାସ୍ତା ଦେଇ ବସ୍ ଚଳାଚଳ ହେଉଥିବାରୁ କାମରେ ଉପୁଜୁଛି ବାଧା । ଏ ନେଇ କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଚେତିଛି ଜିଲ୍ଲା ପ୍ରଶାସନ । ସହର ଭିତରୁ ବସ୍ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ହୋଇଛି ନିଷ୍ପତ୍ତି ।
ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା ଏପରି ହେଲାଣି ଭିଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ । ସମସ୍ୟା ଦୂର କରିବାକୁ ଗେଟ୍ବଜାର ଠାରେ ଓଭରବ୍ରିଜ୍ କାମ ତ ଚାଲିଛି । ମାତ୍ର ଶହ ଶହ ବସ୍ ଏହି ରାସ୍ତା ଦେଇ ଯାଉଥିବାରୁ ଉପୁଜୁଛି ଭୟଙ୍କର ସ୍ଥିତି । ଏ ନେଇ କନକ ନ୍ୟୁଜ୍ର ଖବର ପ୍ରସାରଣ ପରେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ବିଧାୟକ, ମେୟର, କମିସନର ଏବଂ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି ପ୍ରଶାସନ । ସହର ଭିତରେ ଥିବା ବସ୍ଷ୍ଟାଣ୍ଡକୁ କୌଣସି ବସ୍ ନଯିବା ଲାଗି ନିଷ୍ପତ୍ତି ହୋଇଛି ।
ଅଧିକ ପଢ଼ନ୍ତୁ : ବ୍ରହ୍ମପୁର ମହାନଗରର ବଢ଼ିବ କଳେବର; ନୂଆବର୍ଷ ପୂର୍ବରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଫାଷ୍ଟଗେଟ୍ ଠାରେ ଆସିକା-ଫୁଲବାଣୀ ଓ ଦିଗପହଣ୍ଡି-କୋରାପୁଟ ରୁଟ୍ର ବସ୍ ରହିବ । ହଳଦିଆପଦରରେ ରହିବ ଆନ୍ଧ୍ରପ୍ରଦେଶ, ପୁରୁଷୋତ୍ତମପୁର ଓ ଭୁବନେଶ୍ୱର ରୁଟ୍ର ବସ୍ ।ଗେଟ୍ବଜାର ରାସ୍ତାରେ କୌଣସି ବସ୍କୁ ଛଡ଼ାଯିବ ନାହିଁ । ହଳଦିଆପଦରରୁ ବାହାରୁଥିବା ବସ୍ ବ୍ରହ୍ମପୁରକୁ ଆସି ପୁନର୍ବାର ସହର ବାହାରକୁ ଯିବ । ହଳଦିଆପଦର ଏବଂ ଫାଷ୍ଟଗେଟ୍ରେ ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ପାଇଁ ସୁବିଧା କରାଯିବ ।
ଅନ୍ୟପଟେ ଟ୍ରାଫିକ ଜାମ୍ ନହେବା ପାଇଁ ନିଜସ୍ୱ କର୍ମଚାରୀ ନିୟୋଜିତ କରିବାକୁ ଗେଟ୍ବଜାର ଠାରେ କାମ କରୁଥିବା ସଂସ୍ଥାକୁ ଦିଆଯାଇଛି ନିର୍ଦ୍ଦେଶ । ଯଦିଓ ଅଧିକାଂଶ ବସ୍ ମାଲିକ ସଂଘ ବସ୍ଷ୍ଟାଣ୍ଡ ସ୍ଥାନାନ୍ତର ନିଷ୍ପତ୍ତିରେ ରାଜି, ତଥାପି ପୁରୁଷୋତ୍ତମପୁର ଓ ଛତ୍ରପୁର ରୁଟ୍ର ବସ୍କୁ ପୁନର୍ବାର ବସ୍ଷ୍ଟାଣ୍ଡକୁ ଆଣିବାକୁ ଦାବି ହୋଇଛି ।
ବସ୍ଷ୍ଟାଣ୍ଡ ସ୍ଥାନାନ୍ତରକୁ ନେଇ ବର୍ଷ ବର୍ଷ ଧରି ବିବାଦ ଲାଗିରହିଛି । ପ୍ରଶାସନର ଏ ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଟ୍ରାଫିକ୍ ସମସ୍ୟାରୁ କେବେ ମିଳିବ ମୁକ୍ତି ତା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/brahmapur-2026-01-07-18-39-38.jpg)