କଲବଲ କରୁଛି ରାଜଧାନୀ ଟ୍ରାଫିକ : ସନ୍ଧ୍ୟା ହେଉ କି ସକାଳ, ସହର ସାରା ଭିଡ଼

Advertisment

ରାସ୍ତାରେ ବିତୁଛି ଘଣ୍ଟା ଘଣ୍ଟା ସମୟ । ପରିଚାଳନାଗତ ତ୍ରୁଟିକୁ ଦାୟୀ କଲେ ବିଶେଷଜ୍ଞ ।

ରାସ୍ତାରେ ବିତୁଛି ଘଣ୍ଟା ଘଣ୍ଟା ସମୟ । ପରିଚାଳନାଗତ ତ୍ରୁଟିକୁ ଦାୟୀ କଲେ ବିଶେଷଜ୍ଞ ।

Traffic Problem

Traffic Problem Photograph: (KanakNews)

କନକ ବ୍ୟୁରୋ:  ଟେନସନ୍‌ ଦେଉଛି ଟ୍ରାଫିକ । ଆଚର୍ଯ୍ୟବିହାର ହେଉ କି ଆଇଗିଣିଆ । ଜୟଦେବବିହାର ହେଉ କି ଜାଗମରା । ଯୁଆଡେ ଯିବେ ସେଠି ଭିଡ଼ । ସକାଳ ହେଉ ଅବା ସନ୍ଧ୍ୟା। ସବୁ ବେଳେ, ସବୁ ସମୟରେ । ଏବେ ଟ୍ରାଫିକ ସମସ୍ୟା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି । ଜରୁରୀ କାମରେ ଘରୁ ବାହାରିଲେ ନିର୍ଦ୍ଧାରିତ ସମୟରେ ପହଞ୍ଚିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଯେଉଁ ରାସ୍ତା ଅତିକ୍ରମ କରିବାକୁ ଆପଣଙ୍କୁ ୧୦ରୁ ୧୫ମିନିଟ ଲାଗେ । ଏବେ ସେ ଜାଗାରେ ଆପଣଙ୍କୁ ଲାଗିପାରେ ୪୫ମିନିଟରୁ ୧ଘଣ୍ଟା । ଏକଥା ଆମେ କହୁନୁ। ବର୍ତ୍ତମାନ ସହରର ସ୍ଥିତି କିଛି ଏଭଳି ହୋଇଛି। ଆଉ ସନ୍ଧ୍ୟା ହେଲେ ସ୍ଥିତି ସଙ୍ଗିନ ।

ଅଧିକ ପଢନ୍ତୁ:  ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର; ବକେୟା ଟ୍ରାଫିକ୍ ଚାଲାଣ ଅଧା ଛାଡ଼ କଲେ ସରକାର, ଏବେ ଦେବେ କେତେ ଟଙ୍କା ପଢ଼ନ୍ତୁ…

କେତେବେଳେ ଭିଡ଼ ରାସ୍ତାରେ ଟ୍ରାଫିକ ଲାଇଟ କାମ କରୁନି ତ କେଉଁଠି ଜେବ୍ରା କ୍ରସିଂ ଠିକ ନାହିଁ । ତା ସହ ରାସ୍ତା ମରାମତି, ଖୋଳାତଡ଼ା ପାଇଁ ରାସ୍ତା ସଙ୍କୁଚିତ ହେଉଛି । ଫଳରେ ଗାଡ଼ି ଚଳାଚଳରେ ସମସ୍ୟା ହେଉଛି । ଏହାବାଦ ଭିଭିଆଇପି ପାଇଲଟିଂ ପାଇଁ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହୁଥିବାରୁ ଭିଡ଼ ବଢୁଛି । ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ସମସ୍ୟା ଉପୁଜିଥିବା କହିଛନ୍ତି ବିଶେଷଜ୍ଞ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe