Keonjhar Photograph: (Kanak News)
କନକ ବ୍ୟୁରୋ : ଟ୍ରାକ୍ଟରରୁ ଖସି ଚାଷୀଙ୍କ ମୃତ୍ୟୁ । କେନ୍ଦୁଝର ଆନନ୍ଦପୁର ଗୟଳମୁଣ୍ଡା ଭାଲୁଘେରା ଗାଁରେ ଘଟିଛି ଦୁଃଖଦ ଘଟଣା । ମୃତକ ହେଲେ ରମଜାନ ମହାନ୍ତ । ଏକ ଟ୍ରାକ୍ଟର ସାହାଯ୍ୟରେ ଧାନ ଧରି ହାଟଡ଼ିହି ଅଞ୍ଚଳରେ ଥିବା ଧାନ ମିଲ୍କୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।
ଅଧିକ ପଢନ୍ତୁ : ଫସଲ ସାଇତିବାକୁ ନାହିଁ ଶୀତଳ ଭଣ୍ଡାର, ମିଳୁନି ଉପଯୁକ୍ତ ବଜାର ମୂଲ୍ୟ, କ୍ଷତି ସହୁଛି ଚାଷୀ
ଟ୍ରାକ୍ଟରରେ ଚାଳକ ସମେତ ଚାରିଜଣ ବ୍ୟକ୍ତି ବସିଥିବା ବେଳେ ହଠାତ୍ ଚାଷୀ ଜଣକ ଖସି ପଡ଼ିଥିଲେ । ପରେ ଧାନ ବୋଝେଇ ଟ୍ରାକ୍ଟର ଡାଲାଟି ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସୋସୋ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
Follow Us