କନକ ବ୍ୟୁରୋ : ସମସ୍ୟା ଘେରରେ ଚାଷୀ। ଉପଯୁକ୍ତ ବଜାର ଦର ଅଭାବ ସାଙ୍ଗକୁ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ। ଫଳରେ ଚାଷ କରି କ୍ଷତି ସହୁଛି ଚାଷୀ। ବାହାର ରାଜ୍ୟରୁ ଆଳୁ ଆଣୁଥିବା ସରକାର ନିଜ ଅଞ୍ଚଳର ଚାଷୀଙ୍କୁ କାହିଁକି ଅଣଦେଖା କରୁଛନ୍ତି। ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧର୍ମଶାଳା ବ୍ଲକ ଜେନାପୁର ନିକଟ ଘାସିବର ଅଞ୍ଚଳ। ଗଦା ଗଦା ଆଳୁ। ଖାଲି ଘାସିବର ନୁହେଁ, ଧର୍ମଶାଳାର ଅନେକ ଅଞ୍ଚଳର ଶହଶହ ଚାଷୀ ଦୀର୍ଘ ୧୫ ବର୍ଷ ଧରି ଆଳୁଚାଷ କରି ଆସୁଛନ୍ତି। ଗୋଟିଏ ଋତୁରେ ପାଖାପାଖି ଅମଳ ହେଉଛି ୫୦ ଟନ୍ ଆଳୁ। କିନ୍ତୁ ଆଳୁକୁ ସଂରକ୍ଷଣ କରି ରଖିବାକୁ ଶୀତଳ ଭଣ୍ଡାର ନାହିଁ। ଅନ୍ୟପଟେ ବଜାରରେ ଆଳୁ ବିକିଲେ ଚାଷୀକୁ ଉଚିତ୍ ପ୍ରାପ୍ୟ ମିଳୁନି। ଚାଷ କରି ଆମେ ଖାଲି କ୍ଷତି ସହୁଛୁ ବୋଲି କହୁଛି ଚାଷୀ।
ଅଧିକ ପଢ଼ନ୍ତୁ :ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ! ଚାଷୀର ଦୁଃଖ ଅଚଳ ଶୀତଳ ଭଣ୍ଡାର
ବାହାର ରାଜ୍ୟରୁ ଓଡ଼ିଶା ଆଳୁ କିଣୁଛି। ଅନ୍ୟ ରାଜ୍ୟରୁ ଆମଦାନୀ ହେଉଥିବା ଆଳୁ ତୁଳନାରେ ସ୍ଥାନୀୟ ଚାଷୀ ଉନ୍ନତମାନର ଆଳୁ ଅମଳ କରୁଥିଲେ ବି ଏମାନଙ୍କୁ ବଜାରରେ ଉପଯୁକ୍ତ ଦର ମିଳୁନି। ତଥାପି ଆଳୁ ଚାଷରୁ ଏମାନେ ମୁହଁ ଫେରାଇ ପାରିନାହାନ୍ତି। ସରକାରଙ୍କ ପାଖେ ଶୀତଳ ଭଣ୍ଡାର ପାଇଁ ଦାବି କରିଆସୁଥିବା ବେଳେ କାହାର ଚାଷୀଙ୍କ ପ୍ରତି ସାମାନ୍ୟତମ ଦରଦ ନାହିଁ। କୃଷି ଓ କୃଷକର ବିକାଶ କହୁଥିବା ସରକାର, ଆଳୁ ଚାଷୀଙ୍କ ପ୍ରତି କାହିଁକି ବୈମାତୃକ ମନୋଭାବ? ରଖୁଛନ୍ତି। କେବେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର? କେବେ ଚାଷୀଙ୍କୁ ମିଳିବ ଉଚିତ ପ୍ରାପ୍ୟ? ଧର୍ମଶାଳାରେ ଶୀତଳଭଣ୍ଡାର ପ୍ରତିଷ୍ଠା କରାଗଲେ କେବଳ ଆଳୁଚାଷୀ କାହିଁକି ସବୁବର୍ଗର ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରନ୍ତା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a5-2026-03-06-18-43-23.jpg)