କନକ ବ୍ୟୁରୋ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜକୁ ଟିମ୍ ଇଣ୍ଡିଆ ୨-୧ରେ ଜିତିନେଇଛି । ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଏହି ସିରିଜ ବିଜୟରେ ହିରୋ ଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ବିରାଟ କୋହଲି ଏବଂ ରୋହିତ ଶର୍ମା ମିଶି ୪୪୮ ରନ କରିଥିଲେ। ତେବେ ଅସଲ କଥା ହେଲା ଏହି ସିରିଜ୍ ପୂର୍ବରୁ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା, ଆଉ ଏହି ସିରିଜର ତାଙ୍କର ଫିଟନେସ୍ ଏବେ ଚର୍ଚ୍ଚାକୁ ଆସିଛି ।
ଗୋଟିଏ ସମୟ ଥିଲା ଯେତେବେଳେ ରୋହିତ ଶର୍ମା ଦଳ ପାଇଁ ଯେତେ କାମ କରୁଥିଲେ ମଧ୍ୟ ଶାରୀରିକ ଭାବରେ ଫିଟ୍ ଦେଖାଯାଉ ନଥିଲେ। ହେଲେ ବର୍ତ୍ତମାନ ସେ ଉଭୟ ଦିଗରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି । ଅଷ୍ଟ୍ରେଲିଆ ସିରିଜ୍ ପରେ ପରେ ସେ ୧୦ କିଲୋ ଓଜନ ହ୍ରାସ କରିଛନ୍ତି, ଆଉ ତାଙ୍କର ଏହି ଓଜନ ହ୍ରାସ ପରେ ତାଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିଛି ।
ଆହୁରି ପଢ଼ନ୍ତୁ : ବାରବାଟୀରେ ମ୍ୟାଚ୍: କ୍ରିକେଟ୍ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ବସ୍
ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଜିତିବା ପରେ, ଦଳ ହୋଟେଲରେ କେକ୍ କାଟି ଉତ୍ସବ ପାଳନ କରିଥିଲା । ଏହି ସମୟରେ ବିରାଟ କୋହଲିଙ୍କୁ କେକ୍ କାଟିବାକୁ କୁହାଯାଇଥିଲା, କିନ୍ତୁ ସେ ଯଶସ୍ୱୀ ଜୟସୱାଲଙ୍କୁ ସୁଯୋଗ ଦେଇଥିଲେ, ଯିଏକି ଏହି ମ୍ୟାଚରେ ଶତକୀୟ ଇଂନିସ୍ ଖେଳିବା ସହିତ ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ । ହେଲେ ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ଜୟସଓ୍ୱାଲ୍ ରୋହିତ ଶର୍ମାଙ୍କୁ କେକ୍ ଦେଇଥିଲେ, ସେତେବେଳେ ସେ ଏକ ମଜାଦାର ଢଙ୍ଗରେ ଉତ୍ତର ଦେଇଥିଲେ। ରୋହିତ କେକ୍ ଖାଇବା ପରିବର୍ତ୍ତେ କହିଥିଲେ, "ମୁଁ ପୁଣି ମୋଟା ହୋଇଯିବି।"
ଆହୁରି ପଢ଼ନ୍ତୁ : ତେଜପ୍ରତାପ ଦେଇନାହାଁନ୍ତି ୩.୫ ଲକ୍ଷ ବିଦ୍ୟୁତ୍ ବିଲ୍; କାହିଁକି କଟିଲାନି ଲାଇନ୍?
ଜାଣିରଖିବା ଉଚିତ ଯେ, ପଡ଼ିଆରେ ରୋହିତ ଶର୍ମା ନୀଳ ଜର୍ସିକୁ ଫେରିବା ପରଠାରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଠ ମାସରୁ ଅଧିକ ସମୟ ପରେ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି, ରୋହିତ ଅଷ୍ଟ୍ରେଲିଆରେ ୧୦୧ ହାରରେ ୨୦୨ ରନ୍ କରିବା ସହିତ ସିରିଜର ଶ୍ରେଷ୍ଠ ଖେଳାଳି ହୋଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ମଧ୍ୟ ରୋହିତ ଆଉ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/07/rohit-sharma-2025-12-07-11-28-50.jpg)