ଲୋକଙ୍କ ପାଇଁ ଘାତକ ସାଜୁଛି ବିଷାକ୍ତ ବାୟୁପ୍ରଦୂଷଣ : ଜାଣନ୍ତୁ କିପରି ରଖିବେ ନିଜକୁ ସୁରକ୍ଷିତ

Advertisment

ବାୟୁ ପ୍ରଦୂଷଣ ଏକ ନିରବ ଘାତକ ଭାବେ ବିବେଚିତ ହୋଇଥାଏ । ବାୟୁ ପ୍ରଦୂଷଣ କାରଣରୁ ଶ୍ୱାସକ୍ରିୟାଜନିତ ରୋଗରେ ନବଜାତ ଶିଶୁଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଥାନ୍ତି ।

ବାୟୁ ପ୍ରଦୂଷଣ ଏକ ନିରବ ଘାତକ ଭାବେ ବିବେଚିତ ହୋଇଥାଏ । ବାୟୁ ପ୍ରଦୂଷଣ କାରଣରୁ ଶ୍ୱାସକ୍ରିୟାଜନିତ ରୋଗରେ ନବଜାତ ଶିଶୁଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଥାନ୍ତି ।

DUST POLUTION

Photograph: (KANAKNEWS)

କନକ ବ୍ୟୁରୋ : ବାୟୁ ପ୍ରଦୂଷଣ ଏକ ନିରବ ଘାତକ ଭାବେ ବିବେଚିତ ହୋଇଥାଏ । ବାୟୁ ପ୍ରଦୂଷଣ କାରଣରୁ ଶ୍ୱାସକ୍ରିୟାଜନିତ ରୋଗରେ ନବଜାତ ଶିଶୁଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଥାନ୍ତି ।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ବିଶ୍ବର ୯୦ ପ୍ରତିଶତରୁ ଅଧିକ ଶିଶୁ ବିଷାକ୍ତ ବାୟୁ ସେବନ କରୁଛନ୍ତି । ଦେଶର ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତିବର୍ଷ ଶୀତଦିନେ ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ବିଭିନ୍ନ କାରଣରୁ ଓଡ଼ିଶାର କେତେକ ସହର ଓ ଶିଳ୍ପ ତଥା ଖଣି ଅଞ୍ଚଳରେ ବାୟୁ ଗୁଣବତ୍ତା(ଏକ୍ୟୁଆଇ) ସାଂଘାତିକ ରହୁଛି ।

ଚଳିତ ବର୍ଷ  ଅନୁଗୁଳ , ତାଳଚେର ଓ ବାଲେଶ୍ବରରେ ବାୟୁର ମାନ ଜଟିଳ ସ୍ଥିତିରେ ଥିଲା । ଏହାକୁ ବିଚାରକୁ ନେଇ ଜନସାଧାରଣଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ । ବାୟୁ ପ୍ରଦୂଷଣର କୁପ୍ରଭାବକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସତର୍କ ରହିବା ସହ ନିଜ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନାଗରିକ ଦାୟିତ୍ବବୋଧର ଅନୁପାଳନ ଜରୁରି ।  

ଅଧିକ ପଢନ୍ତୁ ... ଆଜି ଟ୍ରିବ୍ୟୁନାଲରେ ହେବ ମହାନଦୀ ବିବାଦର ୫୦ତମ ଶୁଣାଣି : ଗତ ୭ ବର୍ଷ ଧରି ସମସ୍ୟାର ହୋଈପାରୁନି ସମସ୍ୟା

ଜାଣନ୍ତୁ କିପରି ରଖିବେ ନିଜକୁ ସୁରକ୍ଷିତ .... 
ନିୟମିତ ଯାତାୟାତ ବେଳେ ଧୂଳିଧୂଆଁପୂର୍ଣ୍ଣ ରାସ୍ତା, ନିର୍ମାଣସ୍ଥଳୀ, ଟ୍ରାଫିକ୍‌ ଜାମ୍‌ ରାସ୍ତାକୁ ଏଡ଼ାଇ ବିକଳ୍ପ ରାସ୍ତା ବାଛନ୍ତୁ।
l ପ୍ରଦୂଷିତ ଅଞ୍ଚଳରେ ଚାଲିକରି ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ।
l ଆପଣ ରହୁଥିବା ସହରରେ ଯେଉଁ ଦିନଗୁଡ଼ିକ ବାୟୁର ମାନ ଅତ୍ୟନ୍ତ ଖରାପ ଥାଏ, ବାହାରେ ଯଥାସମ୍ଭବ କମ୍‌ ସମୟ ରହିବାକୁ ଉଦ୍ୟମ କରନ୍ତୁ।
l ଧୂଳି ଧୂଆଁ ପ୍ରଭାବିତ ଅଞ୍ଚଳରେ ରହୁଥିଲେ, ଘରର ଝରକା ଓ କବାଟ ସକାଳେ ଓ ସନ୍ଧ୍ୟା ସମୟରେ ବନ୍ଦ ରଖି ଯାନବାହନ କମ୍‌ ଚଳାଚଳ କରୁଥିବା ସମୟରେ ଖୋଲା ରଖନ୍ତୁ।
l ଘର ଭିତରେ ମଶାବତି ଉପରେ ଯଥାସମ୍ଭବ କମ୍‌ ନିର୍ଭର କରନ୍ତୁ।
l ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ, ଫଳ ପନିପରିବା ଆଦି ଅଧିକ ସେବନ କରନ୍ତୁ।
ପ୍ରଦୂଷଣ ରୋକିବା ଦିଗରେ ସାମାଜିକ ଦାୟିତ୍ବ
l ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ ନିର୍ଦ୍ଦିଷ୍ଟ ସମୟରେ ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ମାର୍ଗଦର୍ଶିକାର ଅନୁପାଳନ କରନ୍ତୁ।
l ସହରାଞ୍ଚଳରେ ଯଥାସମ୍ଭବ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନ ବ୍ୟବସ୍ଥାର ବ୍ୟବହାର କରନ୍ତୁ।
l ପାଖ ବଜାରକୁ ସାଇକଲ୍‌ରେ କିମ୍ବା ଚାଲିକରି ଯିବାଆସିବା କରନ୍ତୁ।
l ବିଦ୍ୟୁତ୍‌ ଶକ୍ତି ଅପଚୟ କରନ୍ତୁ ନାହିଁ। କାରଣ ତାପଜ ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ ବାୟୁ ପ୍ରଦୂଷଣ ବଢ଼ିଥାଏ।
l ବାୟୁ ପ୍ରଦୂଷଣ କରୁଥିବା ବର୍ଜ୍ୟବସ୍ତୁ ବାହାରେ ଏଣେତେଣେ ପକାନ୍ତୁ ନାହିଁ କିମ୍ବା ଟାୟାର୍‌, ପଲିଥିନ୍‌ ଆଦି ଜାଳନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe