କନକବ୍ୟୁରୋ : ଆଜି ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ଶୁଣାଣି। ହେଲେ ଏ ଶୁଣାଣିରେ ମହାନଦୀକୁ ଯେ ନ୍ୟାୟ ମିଳିବ ତାହା ଏବେ ବି ସନ୍ଦିହାନ । ନ୍ୟାୟିକ ଲଢେଇରେ ୪୯ ଥର ଶୁଣାଣି ପରେ ଶନିବାର ଟ୍ରିବ୍ୟୁନାଲରେ ହେବ ୫୦ତମ ଶୁଣାଣି ।  ଆଶା, ଆକାଂକ୍ଷା ଅନେକ ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ ।  କେବଳ ନୂଆ ତାରିଖ ନେଇ ଫେରିବ ଓଡ଼ିଶା ।  ଏଭଳି ସ୍ଥିତି ଗତ ୭ ବର୍ଷ ଧରି ରାଜ୍ୟବାସୀ ଦେଖୁଛନ୍ତି ।  ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋଷ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଇଛି ।  

Advertisment

ଅଧିକ ପଢନ୍ତୁ... କୁଆଡ଼େ ଗଲେ ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର,  ସମୁଦ୍ର ମଝିରେ ଚାଲିଛି ସର୍ଚ୍ଚ ଅପରେସନ୍

ହେଲେ ଛତିଶଗଡରେ ଥିବା ବିଜେପି ସରକାର ଏଥିପାଇଁ ସେତେଟା ଆନ୍ତରିକତା ଦେଖାଉନାହିଁ ।  ମହାନଦୀ ବିବାଦ ଭିତରେ ଶାସକ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ।  ଆପୋଷ ଆଲୋଚନା କଥା କହି ସରକାର ଟ୍ରିବ୍ୟୁନାଲରୁ ଓହରିବାକୁ ଚେଷ୍ଟା କରୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି ।  ବିଧାନସଭାରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।  ମହାନଦୀ ପାଇଁ ବିଜେଡି କଣ କରିଛି ତାହାର ଶ୍ବେତପତ୍ର ପ୍ରକାଶ କରୁ ବୋଲି ଦାବି କରିଛନ୍ତି । 

ନ୍ୟାୟ ମାଗି ମାଗି ନୟାନ୍ତ ହେଲାଣି ମହାନଦୀ
ନ୍ୟାୟିକ ଲଢେଇରେ ୪୯ ଥର ଶୁଣାଣି ପରେ ବି ଫଳ ଶୂନ
ଆଜି ଟ୍ରିବ୍ୟୁନାଲରେ ହେବ ୫୦ତମ ଶୁଣାଣି
ଆଶା, ଆକାଂକ୍ଷା ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ
ଏଭଳି ସ୍ଥିତି ଗତ ୭ ବର୍ଷ ଧରି ରାଜ୍ୟବାସୀ ଦେଖୁଛନ୍ତି 
ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋଷ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଇଛି।  
ହେଲେ ଛତିଶଗଡରେ ଥିବା ବିଜେପି ସରକାର ଏଥିପାଇଁ ସେତେଟା ଆନ୍ତରିକତା ଦେଖାଉନାହିଁ । 
ମହାନଦୀ ବିବାଦ ଭିତରେ ଶାସକ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା
ଛତିଶଗଡ ବାଲି ବନ୍ଧ ନିର୍ମାଣ କରୁଛି, ଓଡ଼ିଶା ସରକାର କାହିଁକି ଚୁପ୍ ବୋଲି ବିଜେଡି ପ୍ରଶ୍ନ କରିଛି
ଏହାର କଡା ଜବାବ ରଖି ବିଧାନସଭାରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ
ମହାନଦୀ ପାଇଁ ବିଜେଡି କଣ କରିଛି ତାହାର ଶ୍ବେତପତ୍ର ପ୍ରକାଶ କରୁ ବୋଲି ଦାବି କରିଛନ୍ତି।