କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥିତି ଚିନ୍ତାଜନକ ରୂପ ନେଇଛି । ରାଜଧାନୀର ସାଧାରଣ ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ୨୮୬ରେ ପହଞ୍ଚିଛି, ଯାହା ଦୁର୍ବଳ ବର୍ଗରେ ପଡ଼ୁଛି । ଆନନ୍ଦ ବିହାରରେ ୪୨୫ର AQI ଅତି ଖରାପ ବର୍ଗରେ ପହଞ୍ଚିଛି । ଦିଲ୍ଲୀରେ ପୁଣି ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ଦୀପାବଳି ପୂର୍ବରୁ ବାୟୁ ଗୁଣବତ୍ତା ଗୁରୁତର ହେବା ଆରମ୍ଭ ହୋଇଛି । ଖାଲି ସେତିକି ନୁହେଁ, ଦୀପାବଳି ପରେ ବାୟୁ ଗୁଣବତ୍ତା ଗୁରୁତର ସ୍ତରକୁ ଖସିବାର ଆଶଙ୍କା ରହିଛି ।
ଟିକେଟ୍ ମିଳିଲାନି ବୋଲି...ଭୋ ଭୋ ହେଇ କାନ୍ଦିଲେ, ରାସ୍ତାରେ ଗଡ଼ିଲେ ନେତା
ଦିଲ୍ଲୀରେ ପ୍ରଶାସନ କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ଆଉ ଜନସାଧାରଣଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ସେପଟେ ସୁପ୍ରିମକୋର୍ଟ ଦିଲ୍ଲୀରେ ୧୮ରୁ ୨୧ ଅକ୍ଟୋବର ଧରି ସୀମିତ ସବୁଜ ବାଣ ବିକ୍ରି ଓ ବ୍ୟବହାରକୁ ଅନୁମତି ଦେଇଛନ୍ତି । ଫଳରେ ବାଣ ଦୋକାନଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ପାଟ୍ରୋଲିଂ ଦଳ ଗଠନ କରି ନିୟମ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ଉପରେ ନଜର ରଖିଛି ପୁଲିସ୍ ।
ଦିଲ୍ଲୀ ବାୟୁରେ ବିଷ!
- ନିୟମ ମାନୁନାହାନ୍ତି ବାଣ ବିକ୍ରେତା
- ଦିଲ୍ଲୀ ଓ ଏନସିଆରର AQI ସ୍ତର ଚିନ୍ତାଜନକ
- ଦିଲ୍ଲୀର ସାମଗ୍ରିକ AQI ବର୍ତ୍ତମାନ ୨୮୬
- ଆନନ୍ଦ ବିହାରରେ ୪୨୫ର AQI ପହଞ୍ଚିଛି
- ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ଦୁର୍ବଳ ବର୍ଗରେ ରହିଛି
- ବାଣ ଫୁଟାଇବା ନିଷେଧାଜ୍ଞା ଉଲ୍ଲଂଘନ ହୋଇଛି
- ଦୀପାବଳି ପରେ ବାୟୁ ଗୁଣବତ୍ତା ଗୁରୁତର ହେବା ଆଶଙ୍କା
- ଜନସାଧାରଣଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ପୁଲିସ