କନକ ବ୍ୟୁରୋ: ବିହାର ନିର୍ବାଚନକୁ ସରଗରମ ଅଛି ପରିବେଶ । ଆଉ ଏହାରି ଭିତରେ ଆଜି ଲାଲୁ ଯାଦବଙ୍କ ଘର ବାହାରେ ଦେଖିବାକୁ ମିଳିଛି କିଛି ରୋଚକ ଦୃଶ୍ୟ । ଟିକେଟ୍ ନ ପାଇବାରୁ ଜଣେ ଆରଜେଡି ନେତା ଭୋ ଭୋ ହେଇ କାନ୍ଦିବା ସହିତ ରାସ୍ତା ଗଡ଼ି ଯାଇଛନ୍ତି । ତେବେ ଏ ନେତା ଜଣକ ହେଉଛନ୍ତି ମଦନ ଶାହ ।
ମିଳିଥିବା ସୂଚନା ମୁତାବକ, ମଦନ ଶାହ ମଧୁବନ ବିଧାନସଭା ଆସନରୁ ଆଶାୟୀ ଥିଲେ । ହେଲେ ଆରଜେଡି କିନ୍ତୁ ତାଙ୍କୁ ଟିକେଟ୍ ଦେଇନି । ତେଣୁ ଟିକେଟ୍ ନ ମିଳିବା ପରେ ଆଜି ସେ ହଠାତ୍ ଲାଲୁ ଯାଦବଙ୍କ ଘର ଆଗରେ ପହଞ୍ଚିବା ସହିତ ଡ୍ରେସ୍ ଫାଡ଼ି, ଭୋ ଭୋ ହେଇ କାନ୍ଦିବା ସହିତ ଟିକେଟ୍ ଦେବାକୁ ଦାବି କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର ; ଜାଣନ୍ତୁ , କେଉଁମାନଙ୍କୁ ମିଳିବନି ‘ସୁଭଦ୍ରା’
ମଦନ ଶାହଙ୍କ କହିବା କଥା, ଆରଜେଡି ତାଙ୍କୁ ଟିକେଟ୍ ବଦଳରେ ଟଙ୍କା ମାଗିଥିଲା । ହେଲେ ଯେତେବେଳେ ସେ ଟଙ୍କା ଦେବାକୁ ମନା କରିଥିଲେ, ସେତେବେଳେ ତାଙ୍କ ଟିକେଟ୍ କାଟି ଦିଆଯାଇଥିଲା । ତାଙ୍କ ଜାଗାରେ ସନ୍ତୋଷ କୁଶବାହାଙ୍କୁ ଟିକେଟ୍ ଦିଆଯାଇଛି । ତାଙ୍କ କହିବା କଥା ହେଲା, ସେ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଛନ୍ତି, ହେଲେ କିଛି ଟଙ୍କା ପାଇଁ ତାଙ୍କ ଟିକେଟ୍ କାଟି ଦିଆଯାଇଛି ।
ଆମେରିକା ଡ୍ରୋନ୍ ଆକ୍ରମଣରେ ନଷ୍ଟ ହେଲା ଡ୍ରଗ୍ସ ଭର୍ତ୍ତି ବୁଡ଼ାଜାହାଜ ; ବଞ୍ଚିଗଲେ ୨୫ ହଜାର ଆମେରିକୀୟ
ମଦନ ଶାହ ଲାଲୁଙ୍କ ଘର ଆଗରେ ଏମିତି ହଙ୍ଗାମା କରିବା ପରେ ହଠାତ୍ ଭିଡ଼ ଜମା ହୋଇଯାଇଥିଲା । ଆଉ ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କୁ ସେଠାରୁ ହଟାଇଥିଲେ । ତେବେ ଆରଜେଡି ଦଳ ତରଫରୁ କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ରଖାଯାଇନି ।