ପୁରୀକୁ ବଢ଼ୁଛି ପର୍ଯ୍ୟଟକଙ୍କ ଆଗମନ, ବଢ଼ୁନି ଭିତ୍ତିଭୂମି, ସମ୍ପ୍ରସାରଣ ହୋଇପାରୁନି ରାସ୍ତାଘାଟ

Advertisment

ଶ୍ରୀମନ୍ଦିର ଆଗରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲମ୍ବା ଧାଡ଼ି। ବେଳାଭୂମି ଜନସମୁଦ୍ର। କିଛି ବର୍ଷ ମଧ୍ୟରେ ଭିତ୍ତିଭୂମି ସାମାନ୍ୟ ବୃଦ୍ଧି ହୋଇଛି, ମାତ୍ର ତା ତୁଳନାରେ ପର୍ଯ୍ୟଟକଙ୍କ  ଆଗମନ ଏତେ ବୃଦ୍ଧି ପାଇଛି ଯେ ସବୁ ଭିତ୍ତିଭୂମି ବି ନିଅଣ୍ଟ ପଡ଼ୁଛି। ପାର୍କିଂ ପାଇଁ ଜାଗା ଅଣ୍ଟୁନାହିଁ। ଯାତାୟାତ ପାଇଁ ବି ରାସ୍ତା ଜାମ୍‌। ଏପରିକି ପୁରୀରେ ହୋଟେଲ ରୁମ୍‌ ଟିଏ ପାଇବା ବି ପର୍ଯ୍ୟଟକଙ୍କ  ପାଇଁ କାଠିକର ପାଠ।

8A

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରକୁ ହୁ ହୁ ହୋଇ ବଢ଼ୁଛି ପର୍ଯ୍ୟଟକଙ୍କ  ଆଗମନ। ହେଲେ ବଢ଼ିପାରୁନି ଭିତ୍ତିଭୂମି। କେବଳ ହୋଟେଲ, ଲଜିଂ ଓ ରହିବା ପାଇଁ ଘର ଦ୍ବିଗୁଣିତ ହୋଇଛି। କିନ୍ତୁ ସମ୍ପ୍ରସାରଣ ହୋଇ ପାରୁନି ରାସ୍ତାଘାଟ।

ଶ୍ରୀମନ୍ଦିର ଆଗରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲମ୍ବା ଧାଡ଼ି। ବେଳାଭୂମି ଜନସମୁଦ୍ର। କିଛି ବର୍ଷ ମଧ୍ୟରେ ଭିତ୍ତିଭୂମି ସାମାନ୍ୟ ବୃଦ୍ଧି ହୋଇଛି, ମାତ୍ର ତା ତୁଳନାରେ ପର୍ଯ୍ୟଟକଙ୍କ  ଆଗମନ ଏତେ ବୃଦ୍ଧି ପାଇଛି ଯେ ସବୁ ଭିତ୍ତିଭୂମି ବି ନିଅଣ୍ଟ ପଡ଼ୁଛି। ପାର୍କିଂ ପାଇଁ ଜାଗା ଅଣ୍ଟୁନାହିଁ। ଯାତାୟାତ ପାଇଁ ବି ରାସ୍ତା ଜାମ୍‌। ଏପରିକି ପୁରୀରେ ହୋଟେଲ ରୁମ୍‌ ଟିଏ ପାଇବା ବି ପର୍ଯ୍ୟଟକଙ୍କ  ପାଇଁ କାଠିକର ପାଠ।

ଅଧିକ ପଢ଼ନ୍ତୁ : ୧୨ ବର୍ଷ ହେଲା ଶୂନ୍ୟ ପଡ଼ିଛି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ; ପ୍ରଶାସନର ଅପାରଗତାରୁ ପ୍ରସ୍ତୁତ ହୋଇ ବି ଲାଗିପାରୁନି ଦଶାବତାର ମୂର୍ତ୍ତି

 ବିଶେଷକରି ପୁରୀରେ ଇକୋ ଟୁରିଜିମ, ନେଚର କ୍ୟାମ୍ପ, ଜଳକ୍ରୀଡ଼ା, ଐତିହ୍ୟକୁ ନୂଆ ରୂପରେ ଦେଖିବା ଲାଗି ଲୋକଙ୍କ ଭିତରେ ଉତ୍ସୁକତା ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ  ଆଗମନ ଫଳରେ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେଉଛି ସତ, କିନ୍ତୁ ନିଅଣ୍ଟିଆ ଭିତ୍ତିଭୂମି ପର୍ଯ୍ୟଟକଙ୍କ  ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଛି। ଭିତ୍ତିଭୂମି ବଢ଼ାଯିବା ସହ ସବୁ ପ୍ରକାରର ସୁବିଧା ସୁଯୋଗ ମିଳିଲେ ଶ୍ରୀକ୍ଷେତ୍ରରୁ ଏକ ସୁଖଦ ଅନୁଭୂତି ନେଇ ଯାଆନ୍ତେ ପର୍ଯ୍ୟଟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe