କନକ ବ୍ୟୁରୋ : ନବମ ଅବତାରକୁ ନେଇ ବିବାଦ ପରେ ଦୀର୍ଘ ୧୨ ବର୍ଷ ହେବ ସିଂହଦ୍ୱାର ଗୁମୁଟରେ ଲାଗିପାରିନାହିଁ ଦଶାବତାର ମୂର୍ତ୍ତି । ପ୍ରସ୍ତୁତ ହୋଇ ରହିଥିବା ମୂର୍ତ୍ତି ଅଣାଯାଇ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦର୍ଶନ କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ଏକ ମାସ ସମୟ ଦିଆଯାଇଛି । ପ୍ରଶାସନ ଏହା ନ ଲଗାଇଲେ ବାଧ୍ୟ ହୋଇ ଭକ୍ତଙ୍କ ସହାୟତାରେ ଶ୍ରୀଜଗନ୍ନାଥ ସେନା ଏହା ସ୍ଥାପନ କରିବ ବୋଲି କହିଛି ।
ନବମ ଅବତାରରେ ବୁଦ୍ଧ ରହିବେ ନା ଜଗନ୍ନାଥ ? ଏହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ପୌରାଣିକ ମତ ଅନୁଯାୟୀ ଜୟଦେବଙ୍କ ଗୀତଗୋବିନ୍ଦରେ ନବମ ସ୍ଥାନରେ ବୁଦ୍ଧଙ୍କ ଅବତାର ଥିବା କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ତେବେ ନବମ ସ୍ଥାନରେ ବୁଦ୍ଧଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ ରହିବା ଶାସ୍ତ୍ର ବିରୋଧୀ ବୋଲି ସେ ସମୟରେ ବୁଦ୍ଧିଜୀବୀ କହିଥିଲେ । ହେଲେ ଆଜି ପ୍ରସ୍ତୁତ ହୋଇ ରହିଥିବା ଦଶାବତାର ମୂର୍ତ୍ତି ଆଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦର୍ଶନ କରିଛି ଶ୍ରୀଜଗନ୍ନାଥ ସେନା । ଶିଳ୍ପୀଙ୍କୁ ୩୫ ହଜାର ଟଙ୍କା ଦେଇ ଦଶାବତାର ମୂର୍ତ୍ତି ଆଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଛି ।
ଅଧିକ ପଢ଼ନ୍ତୁ : ଘୋଷଣାରେ ସିମିତ ରହିଯାଉଛି ସରକାରଙ୍କ ବିକାଶ, ଆଗେଇପାରୁନି ବିକାଶମୂଳକ କାର୍ଯ୍ୟ
୨୦୧୧-୧୨ରେ ମରାମତି ପାଇଁ ସିଂହଦ୍ୱାର ଗୁମୁଟରେ ଥିବା ଦଶାବତାର ମୂର୍ତ୍ତି ଅପସାରଣ କରାଯାଇଥିଲା । ଏଏସଆଇ ପକ୍ଷରୁ ୨୦୧୨ ମସିହାରେ ପୁରୀ ବୀରହରେକୃଷ୍ଣପୁରର ମୂର୍ତ୍ତି ଶିଳ୍ପୀ ମହେନ୍ଦ୍ର ସାମଲଙ୍କୁ ୩୫ ହଜାର ଟଙ୍କାରେ ଦଶାବତାର ମୂର୍ତ୍ତି ନିର୍ମାଣ ପାଇଁ ସରକାରୀ ଭାବେ କୁହାଯାଇଥିଲା । କିନ୍ତୁ ଏଏସଆଇ ଟଙ୍କା ଦେଇନଥିଲା କି ମୂର୍ତ୍ତି ଆଣିନଥିଲା ।
ଶ୍ରୀମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭ ପାଖରେ ଓ ସୁଆର ମହାସୁଆର ନିଯୋଗ କାର୍ଯ୍ୟାଳୟରେ ଦଶାବତାର ମୂର୍ତ୍ତି ରହିଛି । ମୂର୍ତ୍ତିର ନବମ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରହିଛନ୍ତି । ନିକଟରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଗୁମୁଟରେ ଦଶାବତାର ମୂର୍ତ୍ତି ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ତେବେ ଦଶାବତାର ମୂର୍ତ୍ତି କେବେ ଲାଗୁଛି ତାହା ଦେଖିବାର କଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/23/dashavatara-statue-2026-01-23-19-30-06.jpg)