ହୀରାକୁଦରେ ପର୍ଯ୍ୟଟନକୁ ଗୁରୁତ୍ବ, ଜଳଭଣ୍ଡାର ଚାରିପଟେ ହେବ ବିଳାସପୂର୍ଣ୍ଣ ହୋଟେଲ୍

ଏନଓସି ଦେଲା ଜଳସମ୍ପଦ ବିଭାଗ । ସିଙ୍ଗ୍‌ଲ୍‌ ୱିଣ୍ଡୋରେ ଆବେଦନ କରିଛନ୍ତି ୨୦ ଜଣ ହୋଟେଲ୍ ବ୍ୟବସାୟୀ ।

Hirakud dam

Hirakud dam Photograph: (KanakNews)

କନକ ବ୍ୟୁରୋ:  ସମ୍ବଲପୁର ହୀରାକୁଦରେ ପର୍ଯ୍ୟଟନ ବିକାଶର ଫିଟିଲା ବାଟ। ଡ୍ୟାମ୍‌ରେ ଚାଲିବ କ୍ରୁଜ୍‌ ଓ ହାଉସ୍ ବୋଟ୍। ୱାଟର ସିମ୍ଫୋନି ସାଙ୍ଗକୁ ହେବ ଲାଇଟ୍ ସୋ । ପର୍ଯ୍ୟଟନ ବିଭାଗକୁ ଏଥିଲାଗି ଏନ୍‌ଓସି ଦେଇସାରିଛି ଜଳସଂପଦ ବିଭାଗ । ଇନ୍‌ଭେଷ୍ଟର୍ସ ବି ହୀରାକୁଦ ମୁହାଁ ହେଲେଣି ।  

ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ ସାଜିବାକୁ ଯାଉଛି ହୀରାକୁଦ ଡ୍ୟାମ୍ । ଜଳ ଭଣ୍ଡାରରେ କ୍ରୁଜ୍ ଚଳାଚଳ ସହ କ୍ରୁଜ୍ ଟର୍ମିନାଲ ନିର୍ମାଣ ହେବ। ଏଥିସହ ଲେଜର୍ ମ୍ୟୁଜିକ ସୋ, ଡ୍ୟାମ୍ ମ୍ୟୁଜିଅମ୍ ଆଦି ନିର୍ମାଣ ପାଇଁ ପର୍ଯ୍ୟଟନ ବିଭାଗକୁ ଏନଓସି ଦେଇଛି ଜଳ ସମ୍ପଦ ବିଭାଗ। ଝାଙ୍କରାଣୀ ମନ୍ଦିର ପଛପଟ ଜମିରେ ହେବ ଲେଜର୍ ମ୍ୟୁଜିକ ସୋ’। ରାଇଟ୍‌ ଡାଇକ୍‌ର ଡାହାଣ ପାର୍ଶ୍ବରେ ହୋଟେଲ ନିର୍ମାଣ ଏବଂ କ୍ରୁଜ୍ ଟର୍ମିନାଲ ପାଇଁ ଅନୁମତି ଦେଇଛି ଜଳସଂପଦ ବିଭାଗ। ବୁର୍ଲା ଓଏଚ୍‌ପିସି ଏବଂ ବୁର୍ଲା ପାୱାର ହାଉସ୍‌ ନିକଟରେ ନିର୍ମାଣ ହେବ ଆରାଇଭାଲ୍ ପ୍ଲାଜା। ଜଳ ଭଣ୍ଡାରରେ ହାଉସବୋଟ୍‌ ଚଲାଇବ ବିକାଶ ଗ୍ରୁପ୍ ।  

ଅସୁରକ୍ଷିତ ହୀରାକୁଦ ଡ୍ୟାମ୍ । ସୁରକ୍ଷା ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ ।

ସିଙ୍ଗଲ ୱିଣ୍ଡୋରେ ୨୦ଟି ହୋଟେଲ ବ୍ୟବସାୟୀ ହୀରାକୁଦ ଜଳ ଭଣ୍ଡାର ଜମିରେ ହୋଟେଲ ନିର୍ମାଣ କରିବାକୁ ଆବେଦନ କରିଛନ୍ତି। ତାଜ୍ ଓ କାମଥ୍ ଗ୍ରୁପ୍ ଭଳି ହୋଟେଲ ବ୍ୟବସାୟୀ ହୀରାକୁଦ ପରିଦର୍ଶନ କରିଥିବା ମଧ୍ୟ ଜଣାପଡ଼ିଛି । ଅନ୍ୟପଟେ ହୀରାକୁଦ ଅଞ୍ଚଳରେ କ୍ୟାମ୍ପିଂ ଯୋଗୁଁ ଧୀରେ ଧୀରେ ବିଦେଶୀ ପକ୍ଷୀଙ୍କ ଆଗମନ କମିବାରେ ଲାଗିଛି। ପୁଣି ହୋଟେଲ, ରୋଷ୍ଟୁରାଣ୍ଟ ହେଲେ ବିଦେଶୀ ପକ୍ଷୀଙ୍କ ଆଗମନ ବନ୍ଦ ହେଇଯିବା ନେଇ ଆଶଙ୍କ ପ୍ରକାଶ କରିଛନ୍ତି ପରିବେଶବିତ୍ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe