ଅସୁରକ୍ଷିତ ହୀରାକୁଦ ଡ୍ୟାମ୍ । ସୁରକ୍ଷା ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ ।

326

କନକ ବ୍ୟୁରୋ: ଅସୁରକ୍ଷିତ ହୀରାକୁଦ ଡ୍ୟାମ୍ । ଡ୍ୟାମର ସୁରକ୍ଷା ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ । ହୀରାକୁଦ ସ୍ପିଲୱେରେ ଫାଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଡ୍ୟାମ ସେଫ୍ଟି ଚିଫ୍ ଇଂଜିନିୟର । ଏହି ଫାଟ ଚିନ୍ତାର ବିଷୟ ଏବଂ ଏହାକୁ ଅନୁଧ୍ୟାନ ନିଆଯିବାର ଆବଶ୍ୟକତା ରହିଛି ବୋଲି ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି ।

ଡ୍ୟାମ୍ ସିକ୍ୟୁରିଟି ରିଭ୍ୟୁ ପ୍ୟାନେଲ ଜାନୁଆରୀ ୨୦୨୦ରେ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରି ଏହାର ସ୍ଥିତି ପରଖିଥିଲେ । ୧୯୯୯ ପରଠାରୁ ପ୍ରତି ୫ ବର୍ଷରେ ଥରେ ହୀରାକୁଦ ଡ୍ୟାମର ସର୍ଭେ କରିବା ପାଇଁ ସ୍ଥିର ହୋଇଥିବା ବେଳେ ସେବେଠାରୁ ଥରେ ମାତ୍ର ସର୍ଭେ କରାଯାଇ ନାହିଁ । ଏସଡିଏସଓ (ଷ୍ଟେଟ୍ ଡ୍ୟାମ୍ ସିକ୍ୟୁରିଟି ଅର୍ଗାନାଇଜେସନ୍) ଡ୍ୟାମର ସର୍ଭେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଡ୍ରୋନ୍ ଓ ସ୍ୱତନ୍ତ୍ର ରୋବର୍ଟ କ୍ୟାମେରା ଜରିଆରେ ହୀରାକୁଦ ଡ୍ୟାମର ଭିଡିଓଗ୍ରାଫି କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଏହାର ତଥ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇନାହିଁ ।

ଏବେ ଏକ ବଡ ବନ୍ୟାକୁ ଦେଖୁଛି ଓଡିଶା । ହୀରାକୁଦ ଡ୍ୟାମ୍ ଦେଇ ଲକ୍ଷ ଲକ୍ଷ କ୍ୟୁସେକ୍ ଜଳ ଛଡାଯାଇଛି । ଆଉ ଏହାପରେ ରାଜ୍ୟ ସରକାର ଡ୍ୟାମର ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି । ପୂର୍ବରୁ ହୀରାକୁଦ ସ୍ପିଲୱେରେ ଫାଟ ଥିବାବେଳେ ନିକଟରେ ଡ୍ୟାମରେ ଆଉ କିଛି କ୍ରାକ୍ ନଜରକୁ ଆସିଛି । ଏବେ ଏହି ବିଷୟ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି । ତେଣୁ ହୀରାକୁଦ ଡ୍ୟାମ ସୁରକ୍ଷାକୁ ନେଇ ମହାନଦୀ ଅବବାହିକାର ଦାୟିତ୍ୱରେ ଥିବା ମୁଖ୍ୟ ଇଂଜିନିୟରଙ୍କୁ ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି ଡ୍ୟାମ୍ ସେଫର୍ଟି ଚିଫ୍ ଇଂଜିନିୟର ।