କନକ ବ୍ୟୁରୋ :  ଏଚୱାନ ଭିସାକୁ ନେଇ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଟ୍ରମ୍ପ ପ୍ରଶାସନ । ଏହି କ୍ରମରେ ଚଳିତବର୍ଷ ୮୫ହଜାର ଭିସା ରଦ୍ଦ କରିସାରିଥିବାବେଳେ ଦେଶର ସୁରକ୍ଷାର ଦ୍ବାହି ଦେଇ ବର୍ତ୍ତମାନ ନୂଆ ସୋସିଆଲ ମିଡିଆ କଟକଣା ଲାଗୁ କରିଛନ୍ତି ।ଆମେରିକାରେ ପ୍ରବାସୀଙ୍କ ରହଣୀ ଟ୍ରମ୍ପ ପ୍ରଶାସନକୁ ବୋଧହୁଏ ପସନ୍ଦ ନୁହେଁ । ତେଣୁ ଏଚ ୱାନ ଭିସା  ପାଇଁ ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରିଛନ୍ତି । ଏହି କ୍ରମରେ ଭିସା ପାଇଁ ଏଣିକି ସୋସିଆଲ ମିଡିଆକୁ ସାର୍ବଜନୀନ କରିବାକୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ଭାରତକୁ ପୁଣି ଟ୍ରମ୍ପଙ୍କ ନାଲିଆଖି, ଅତିରିକ୍ତ ରପ୍ତାନି ଶୁଳ୍କ ବଢ଼ାଇବାକୁ ଧମକ

ସହଜରେ ମିଳିବନି ଏଚ୍ ୱାନ ଭିସା !
-ଆମେରିକାର ସୁରକ୍ଷାକୁ ଟ୍ରମ୍ପ ପ୍ରଶାସନଙ୍କ ଅଧିକ ଗୁରୁତ୍ବ
-ଜାତୀୟ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ
-୫କୋଟିରୁ ଅଧିକ ଭିସା ଯାଞ୍ଚ କରାଯାଇଛି 
-ଯେଉଁଥିରେ ୮୫ହଜାର ଭିସା ରଦ୍ଦ ହୋଇଛି
-ଭିସା ଉପରେ ଶୁଳ୍କ ୮୮ଲକ୍ଷରୁ ଅଧିକ ବଢ଼ିପାରେ
-୨୦୨୬ ଜାନୁଆରି ବଦଳରେ ମାର୍ଚ୍ଚରେ ହେବ ଭିସା ପାଇଁ ସାକ୍ଷାତକାର

ଟ୍ରମ୍ପ ସରକାରଙ୍କ ଯୁକ୍ତି ଆମେରିକାରେ ଅବାଧ ପ୍ରବେଶ ବଢ଼ୁଛି । ତେଣୁ ଇମିଗ୍ରେସନ ଏନପୋର୍ସମେଣ୍ଟ ଓ ସୀମା ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ରାଷ୍ଟ୍ରପତି ଟ୍ରମ୍ପ ଓ ବୈଦେଶିକ ସଚିବଙ୍କ ରୁବିଓଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଭିସା ପାଇଁ ନୂଆ ନିର୍ଦ୍ଦେଶନାମା ଲାଗୁ କରାଯାଇଛି 

ଅଧିକ ପଢ଼ନ୍ତୁ : ଟ୍ରମ୍ପଙ୍କ ୨୮ ସୂତ୍ରୀ ସମାଧାନ ଯୋଜନା, ବନ୍ଦ ହେବ କି, ଋଷ-ୟୁକ୍ରେନ ଯୁଦ୍ଧ

ସହଜରେ ମିଳିବନି ଏଚ୍ ୱାନ ଭିସା !
-ଆବେଦନକାରୀଙ୍କ ସୋସିଆଲ ମିଡିଆ ସାର୍ବଜନୀନ 
-ଡିସେମ୍ବର ୧୫ ପୂର୍ବରୁ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ
-ଆବେଦନକାରୀଙ୍କ ଅନଲାଇନ କାର୍ଯ୍ୟକଳାପ  ତଦାରଖ କରାଯିବ 
-ତମାମ ସୋସିଆଲ ମିଡିଆ ଉପରେ ନଜର ରଖାଯିବ
-ଆମେରିକା ପାଇଁ ପ୍ରବାସୀ କେତେ ସୁରକ୍ଷିତ, ସେନେଇ ତର୍ଜମା କରାଯିବ
-ଭିସା ମିଳିବା ପରେ ମଧ୍ୟ ବ୍ୟକ୍ତିଙ୍କ କାର୍ୟ୍ୟକଳାପ ଉପରେ ନଜର ରଖାଯିବ

ଯଦି ଆବେଦନକାରୀଙ୍କ ନାଁ କୋର୍ଟ ମାମଲା ଚାଲିଛି ବା କୌଣସି ବିବାଦୀୟ ମାମଲାରେ ଫଶିଛନ୍ତି ତେବେ ଭିସା ମିଳିବା ଆଉ ସହଜ ହେବନି । ପୂର୍ବରୁ ଗାଜା ସଂଘର୍ଷ ସମ୍ବନ୍ଧିତ ବିକ୍ଷୋଭରେ ଜଡିତ ବିଦେଶୀ ଛାତ୍ରଙ୍କୁ ଷ୍ଟଡି ଭିସା ପାଇଁ ନାକେଦମ କରିଥିଲେ ଟ୍ରମ୍ପ । ତେବେ ଏହି କଟକଣା ଭାରତୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । କାରଣ ସବୁଠୁ ଅଧିକ ୭୦ ପ୍ରତିଶତ ଭାରତୀୟ ଏଚ ୱାନ ଭିସା ଆବେଦନ କରିଥାନ୍ତି ।