naxal-commander-papa-rao-killed Photograph: (kanak news)
କନକ ବ୍ୟୁରୋ : ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ ସଫଳତା ମିଳିଛି । ଟପ୍ ନକ୍ସଲ କମାଣ୍ଡର ପାପା ରାଓଙ୍କୁ ଯବାନମାନେ ଏନକାଉଣ୍ଟରରେ ମାରି ଦେଇଛନ୍ତି । ହିଡମାଙ୍କ ମୃତ୍ୟୁ ପରେ ନକ୍ସଲ କମାଣ୍ଡର ପାପା ରାଓଙ୍କ ନିହତ ହେବା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଉପଲବ୍ଧି । ଏହା ସହିତ ଅନ୍ୟ ଜଣେ ନକ୍ସଲ ମଧ୍ୟ ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଦୁଇଟି AK-47 ରାଇଫଲ୍ ମଧ୍ୟ ଜବତ କରାଯାଇଛି ।
ସୂଚନା ଅନୁସାରେ, ପାପା ରାଓ ଭୈରମଗଡ଼ ୱେଷ୍ଟ ବସ୍ତର ଏରିଆ କମିଟି ସହିତ ଜଡ଼ିତ ଆକ୍ରମଣରେ ସାମିଲ ଥିଲେ । ଏହା ବ୍ୟତୀତ ସେ ସୁରକ୍ଷା ବାହିନୀ ବିରୋଧରେ ଅନେକ ହିଂସାତ୍ମକ କାର୍ଯ୍ୟକଳାପ କରିଥିଲେ । ପାପା ରାଓଙ୍କ ବିରୋଧରେ ପୁଲିସରେ ୪୦ରୁ ଅଧିକ ଅପରାଧିକ ମାମଲା ଏବଂ ଗିରଫ ୱାରେଣ୍ଟ ରହିଛି । ତାଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ, ନୂତନ ସଦସ୍ୟ ନିଯୁକ୍ତି ଏବଂ PLGA ର ରସଦ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା ।
ଗତ କିଛି ମାସ ମଧ୍ୟରେ ସୁରକ୍ଷା ବାହିନୀ ବିଜାପୁରର କାନ୍ଦୁଲନାର ଜଙ୍ଗଲରେ ବଡ଼ ଧରଣର ଅପରେସନ କରିଥିଲେ । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ପାପା ରାଓଙ୍କ ପତ୍ନୀ ଉର୍ମିଳା , ଯିଏକି ଏରିଆ କମିଟିର ସମ୍ପାଦକ ଥିଲେ ,ତାଙ୍କ ସମେତ ଅନେକ ନକ୍ସଲଙ୍କୁ ମାରି ଦେଇଥିଲେ । ତେବେ ସେହି ସମୟରେ ପାପା ରାଓ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ ।
Follow Us