କନକ ବ୍ୟୁରୋ : ଚାଷୀଙ୍କୁ ମିଳିନି ଟୋକନ । ନୂଆପଡ଼ା ଜିଲ୍ଲାରେ କିଛି ଚାଷୀଙ୍କ ଟୋକନ ମିଳିନଥିବା ଯୋଗୁଁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୂଆପଡ଼ା ଜିଲ୍ଲାରେ ୭୭ଟି ମଣ୍ଡି ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟାରେ ୫୧ ହଜାର ୪୦୦ଚାଷୀଙ୍କ ଠାରୁ ୨୫ ଲକ୍ଷ ୨୪ହଜାର କ୍ଵିଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଥିଲା ।  ବର୍ତ୍ତମାନ ସୁଦ୍ଧା ୪୮୬୦୩ ଜଣ ଚାଷୀଙ୍କ ଠାରୁ ମୋଟ ୨୪ ଲକ୍ଷ ୩୩ ହଜାର ୮୪୪ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଅଛି ।

Advertisment

ଅଧିକ ପଢନ୍ତୁ : ବଦଳିବ କି ଭାଗଚାଷୀଙ୍କ ଭାଗ୍ୟ ? ସରକାର ଆଣିପାରନ୍ତି ଭାଗଚାଷୀ ଆଇନ

ଗୋଟିଏ ପଟେ ଟୋକନ ବିଭ୍ରାଟ ଅନ୍ୟ ପଟେ ମନ୍ଥର ଗତିରେ ଧାନ କିଣା ଯୋଗୁଁ ମଣ୍ଡି ପ୍ରତି ଚାଷୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ କେନାଲରେ ପାଣି ଆସିବା ପରେ ଚାଷୀମାନେ ରବି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପରି ସମୟରେ ଖରିଫ ଧାନ ବିକ୍ରି ହୋଇନ‌ଥିଙ୍କ ଯୋଗୁଁ ଅକଳରେ ପଡ଼ିଛନ୍ତି ଚାଷୀ । ରବି ଚାଷ ପାଇଁ ମଧ୍ୟ ସାର ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।