କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ତରବୋଡ ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀ ତଥା ତରବୋଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ତରବୋଡ ନବୋଦୟ ବିଦ୍ୟାଳୟର ଚଳିତ ବର୍ଷର ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ ପାଳିତ ହୋଇଯାଇଛି । ଏଥିରେ 70 ରୁ ଉର୍ଦ୍ଧ୍ବ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଶ୍ରୀ ଜୟ ଢୋଲକିଆ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ଶ୍ୟାମସୁନ୍ଦର ପୃଷ୍ଟି ,ପୁରାତନ ଛାତ୍ରଛାତ୍ରୀ ସଙ୍ଘ ସଭାପତି  ଜିତେନ୍ଦ୍ର କୁମାର ନାୟକ, ସଂମ୍ପାଦକ ତଥା ବିଡିଓ କୋକସରା ଡ.ହିମାଞ୍ଚଳ ମାଝୀ,ପ୍ରଭୃତି ମଞ୍ଚରେ ଆସନ ଅଳଙ୍କୃତ କରିଥିଲେ ।

Advertisment

ସଭାର ସଭାପତି ଭାବରେ ତରବୋଡ ନବୋଦୟର ଅଧ୍ୟକ୍ଷ ଭେଙ୍କଟରମଣ ମଞ୍ଚରେ ଆସୀନ ହୋଇଥିଲେ । ସଭାପତି  ଜିତେନ୍ଦ୍ର ନାୟକ ମୁଖ୍ୟ ଅତିଥିଙ୍କ ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ସର୍ବ ପ୍ରଥମେ  ଗଣେଶଙ୍କ ପୂଜା ଅର୍ଚ୍ଚନା ତଥା ଦୀପ ପ୍ରଜ୍ବଳନ ଅତିଥିମାନଙ୍କ ଦ୍ବାରା ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ଗୀତ ଗାନ କରି ଅତିଥି ମାନଙ୍କ ସ୍ବାଗତ କରା ଯାଇ ଥିଲା  । ସଙ୍ଘ ତରଫରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା। । ତାପରେ ପୁରାତନ ଛାତ୍ରଛାତ୍ରୀ ପୁଣ୍ୟତୋଷ ମୁଣ୍ଡ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଇ କରିଥିଲେ । ସଭାରେ ଉପସଭାପତି  ଲାଲ ବାହାଦୂର ଦାସ, ଡକ୍ଟର ଲୋକେଶ ଛାପଡିଆ, ଯୁଗ୍ମ ସମ୍ପାଦକ  ଆଶିକ ରହମାନ ଓ  ଝୁନି ଚଲାନ କୋଷାଧ୍ୟକ୍ଷ  ରତ୍ନ କିଶୋର ବିଶି ସଂଗଠକ ମଣ୍ଡଳୀପୁଣ୍ୟତୋଷ ମୁଣ୍ଡ (ସଂଯୋଯକ),(ସହ ସଂଯୋଯକ)ଅମୀୟ ରଂଜନ ଶବର, ,ଉପଦେଷ୍ଟା  ଅନିଲ ଦେଓ୍ବାଙ୍ଗନ ଉପସ୍ଥିତ ଥିଲେ । ପରିଶେଷରେ ଉପସଭାପତି ଲାଲବହାଦୂର୍ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ  ।