କନକ ବ୍ୟୁରୋ : ଚାଷୀଙ୍କୁ ଘାରିଛି ଧାନ ବିକିବା ଚିନ୍ତା । ମଣ୍ଡି ଖୋଲିବାରେ ବିଳମ୍ବ, ଧାନ ଅମଳ ସରିଥିଲେ ବି ଟୋକନ ମିଳିନଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ବି ସରକାର ଶୁଣୁନଥିବାରୁ ଡେଡଲାଇନ ଦେଇଛନ୍ତି ଚାଷୀ ।
ମଣ୍ଡି ଖୋଲିଲେ ମିଲର ନାହିଁ, ମିଲର ମାନିଲେ ଟୋକନ ନାହିଁ । ନାହିଁ ନାହିଁରେ ଚାଲିଛି ଚାଷୀଙ୍କ ଧାନ ସଂଗ୍ରହ ପ୍ରକ୍ରିୟା । ଟୋକନ ସମସ୍ୟା ଚାଷୀଙ୍କୁ ଯନ୍ତ୍ରଣା ଦେଇ ଚାଲିଛି । କିଏ ମାସେ ହେଲା ଧାନ ଅମଳ କରି ବସିଛି ତ ଆଉ କିଏ ଆଭବୀ ବିକ୍ରିର ସମ୍ମୁଖିନ ହେଲାଣି । ପ୍ରତବାଦରେ ଗୋଟିଏ ସପ୍ତାହ ମଧ୍ୟରେ ୩ ଥର ରାଜରାସ୍ତା ଅବରୋଧ କଲେଣି ଚାଷୀ । କିନ୍ତୁ ସମସ୍ୟା ସମାଧାନ ହୋଇପାରୁନାହିଁ । ଏବେ ଆରପାର ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି । ୧୬ ତାରିଖରୁ ଅଭିନବ ପ୍ରତିବାଦ ଓ ୧୯ରେ ସମ୍ବଲପୁର ବନ୍ଦ ଡାକରା ଦେଇଛି ସଂଗଠନ ।
ଅଧିକ ପଢ଼ନ୍ତୁ : ଧର୍ମଗଡ଼ରେ ଖରିଫ ଧାନ କିଣା ପ୍ରହସନ; ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା
ପୂରା ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ । ସମ୍ବଲପୁର ଜିଲ୍ଲାରେ ୬୫,୧୪୩ ଜଣ ପଞ୍ଜୀକୃତ ଚାଷୀ ରହିଥିବା ବେଳେ ୬୧,୮୯୨ ଜଣ ଚାଷୀଙ୍କୁ ମିଳିଛି ସିଙ୍ଗିଲ୍ ଟୋକନ୍ । ପ୍ରାୟ ୩ ହଜାର ଚାଷୀଙ୍କୁ ଗୋଟିଏ ବି ଟୋକନ ମିଳିନି । ବରଗଡ଼ ଜିଲ୍ଲାରେ ୧,୬୩, ୭୨୭ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏଯାଏଁ ୧,୪୩,୮୦୩ ଟି ଟୋକନ୍ ଆସିଛି । ସେହିପରି କଳାହାଣ୍ଡିର ହଜାର ହଜାର ଚାଷୀ ଟୋକନ୍ ପାଇନାହାନ୍ତି । ସୋନପୁରରେ ଚାଷୀ ଧାନ ଅମଳ କରି ଟୋକନ୍କୁ ଅପେକ୍ଷା କରିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଯୋଗାଣ ମନ୍ତ୍ରୀ କହିଛନ୍ତି ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର ସମସ୍ୟା ଦୂର ନେହେଲେ ଆଗକୁ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/15/token-crisis-2025-12-15-22-34-08.jpg)