କନକ ବ୍ୟୁରୋ : ଖରିଫ ଧାନ କିଣା ପାଇଁ କଳାହାଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ନଭେମ୍ବର ୨୯ରେ ମଣ୍ଡି ଖୋଲା ଯାଇଥିଲା । କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବହୁ ଚାଷୀଙ୍କ ପାଖକୁ ଟୋକାନ ଆସିନାହିଁ କି ଧାନ କିଣା ହୋଇନାହିଁ । ଫଳରେ ଖଳାରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି । ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲକୁ ମଣ୍ଡିରେ ବିକ୍ରି ଆଶା ନେଇ ରାତିର ହାଡ଼ ଭଙ୍ଗା ଶୀତରେ ଅପେକ୍ଷା କରିଛନ୍ତି । ଅନ୍ୟପଟେ ଧାନ କ୍ରୟ ଅବ୍ୟବସ୍ଥା ନେଇ ଚାଷୀ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହିତ ମଣ୍ଡି ସ୍ୱାଭାବିକ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।
ଧାନ ଅମଳ କରିବା ପରେ ଦାବିପତ୍ର ଧରି ଚାଷୀଙ୍କ ରଣହୁଙ୍କାର । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ୭ ଦଫା ସମ୍ବଳିତ ଦାବିପତ୍ର । କଳାହାଣ୍ଡି କୃଷକ ସଂଘ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଅତିଶୀଘ୍ର ସବୁ ଧନମଣ୍ଡି କାର୍ଯ୍ୟକ୍ଷମ କରିବା, ଶୀଘ୍ର ଟୋକନ ଇସ୍ୟୁ କରିବା, ଚାଷୀମାନଙ୍କୁ ଆବଶ୍ୟକ ଅଖା ବସ୍ତା ଯୋଗାଇଦେବା, ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବା ଭଳି ଦାବି ରହିଛି । ତୁରନ୍ତ ଏସବୁ ସମସ୍ୟାର ସମାଧାନ ନହେଲେ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
ଅଧିକ ପଢ଼ନ୍ତୁ : ପାଚିଲା ଧାନ ବିଲରେ ଲାଗିଲା ନିଆଁ: ନିଆଁ ଲିଭାଇବାକୁ ଯାଇ ଜଳିଗଲେ ଚାଷୀ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମ୍ସି ଅଧୀନରେ ୩ଟି ବ୍ଲକ ଯଥା ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକର ୭୯ଟି ମଣ୍ଡି ରହିଛି । ୧୯ଟି ମଣ୍ଡିରେ ଧାନ କିଣା ଦାୟିତ୍ୱ ନେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ସେହିଭଳି ସେବା ସମବାୟ ସମିତି ଦ୍ୱାରା ୫୫ଟି ମଣ୍ଡିରେ ଚାଷୀଙ୍କ ଧାନ କିଣିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ହେଲେ ମଣ୍ଡି ଖୋଲିଥିଲେ ବି ଟୋକନ ଆସିବାରେ ବିଳମ୍ବ ଯୋଗୁଁ ଚାଷୀଙ୍କ ଧାନ ଖଳାରେ ପଡ଼ି ରହିଛି । କଳାହାଣ୍ଡି ଭଳି ଜିଲ୍ଲାରେ ପ୍ରବଳ ଜାଡ଼ରେ ଚାଷୀ ଖଳାରେ ଧାନକୁ ଜଗି ରହୁଛନ୍ତି । ଏହାସହ ଚାଷୀ ସମସ୍ୟାକୁ ଗୁରୁତର ସହ ନେଇ କନକ ନ୍ୟୁଜ୍ ଖବର ପ୍ରସାରଣ କରୁଥିବାରୁ ସାଧୁବାଦ ଜଣାଇଛନ୍ତି ଚାଷୀନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/14/paddy-procurement-2025-12-14-18-35-29.jpg)