ବିଦ୍ୟୁତ ତାର ନେଲା ଶିଶୁର ଜୀବନ: ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

Advertisment

ଯାଜପୁର ସଦର ଥାନା ଶିମିଳିଆ ପଞ୍ଚାୟତରେ ଅଭାବନୀୟ ଘଟଣା । ତାଳପଦା ଗ୍ରାମର ରାକେଶ ସାହୁ ଓ ନିରୁପମା ସାହୁଙ୍କର ଅଢେଇ ବର୍ଷ ପୁଅ ଓମ୍ ପ୍ରକାଶ ସାହୁ ବାଡ଼ିରେ ସକାଳେ ଖେଳୁଥିବା ସମୟରେ ବାଡ଼ିରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯେଉଁଥିରେ ଶିଶୁଟିର ମୃତ୍ୟୁ ଘଟିଛି । 

ଯାଜପୁର ସଦର ଥାନା ଶିମିଳିଆ ପଞ୍ଚାୟତରେ ଅଭାବନୀୟ ଘଟଣା । ତାଳପଦା ଗ୍ରାମର ରାକେଶ ସାହୁ ଓ ନିରୁପମା ସାହୁଙ୍କର ଅଢେଇ ବର୍ଷ ପୁଅ ଓମ୍ ପ୍ରକାଶ ସାହୁ ବାଡ଼ିରେ ସକାଳେ ଖେଳୁଥିବା ସମୟରେ ବାଡ଼ିରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯେଉଁଥିରେ ଶିଶୁଟିର ମୃତ୍ୟୁ ଘଟିଛି । 

Sad story

Sad story Photograph: (Kanak News)

କନକ ବ୍ୟୁରୋ: ବିଦ୍ୟୁତ୍ ତାର ନେଇଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ । ଯାଜପୁର ସଦର ଥାନା ଶିମିଳିଆ ପଞ୍ଚାୟତରେ ଅଭାବନୀୟ ଘଟଣା । ତାଳପଦା ଗ୍ରାମର ରାକେଶ ସାହୁ ଓ ନିରୁପମା ସାହୁଙ୍କର ଅଢେଇ ବର୍ଷ ପୁଅ ଓମ୍ ପ୍ରକାଶ ସାହୁ ବାଡ଼ିରେ ସକାଳେ ଖେଳୁଥିବା ସମୟରେ ବାଡ଼ିରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯେଉଁଥିରେ ଶିଶୁଟିର ମୃତ୍ୟୁ ଘଟିଛି । 

ବାଂଲା କ୍ରିକେଟରଙ୍କ ପାଇଁ, ବିବାଦରେ କିଙ୍ଗ୍‌ ଖାନ୍: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଭିତରେ ମୁସ୍ତାଫିଜୁରଙ୍କୁ କିଣିବାକୁ ନେଇ ବିବାଦ

ସେପଟେ ପରିବାର ଲୋକେ ପଡୋଶୀଙ୍କ ଉପରେ ଆଣିଛନ୍ତି ଅଭିଯୋଗ । ପଡ଼ୋଶୀ ନିଜ ବାଡ଼ିରେ ଧାନ ଖଳାରେ ଧାନ ମେସିନ ଲଗାଇ ଧାନ ବାଡ଼ୋଉଥିଲେ । ସେମାନେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ତାର ଟାଣିଥିଲେ । ପାଖାପାଖି ୭୦୦ ମିଟର ତାର ହୁକ୍ ପକା ଯାଇଥିଲା । ତାର ମଝିରେ ମଝିରେ ଜଏଣ୍ଟ ଥିଲା । ପିଲାଟି ଖେଳୁଥିବା ବେଳେ ଜାଣି ନପାରି ତାରକୁ ଛୁଇଁ ଦେଇ ପାଟି କରିଥିଲା । ମା ଦୌଡ଼ି ଆସି ପିଲାଙ୍କୁ ଧରିବାରୁ ତାଙ୍କୁ ବି କରେଣ୍ଟ ମରିଥିଲା । ପିଲାଙ୍କ ବାପା ଆସି ବାଡ଼ି ଦ୍ଵାରା ଶିଶୁକୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe