କନକ ବ୍ୟୁରୋ:ଆଜି ଟି-୨୦ବିଶ୍ୱକପର ଫାଇନାଲ ମୁକାବିଲା। ଗୁଜରାଟର ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ। ୨୮ ଦିନ ଓ ୫୪ ମ୍ୟାଚ୍ର କ୍ରିକେଟ୍ ଯୁଦ୍ଧ ପରେ ଫାଇନାଲ୍ ଟକ୍କର ପାଇଁ ସମରସଜ୍ଜା ସରିଛି। ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ଐତିହାସିକ ଟକ୍କର ଲାଗି ଦୁଇ ଫାଇନାଲିଷ୍ଟ୍ ଭାରତ ଓ ନ୍ୟୁଜିଲାଣ୍ଡ ଜୋରଦାର ଅଭ୍ୟାସ କରି ନିଜ ନିଜ ଶକ୍ତିକୁ ଆହୁରି ଶାଣିତ କରିଛନ୍ତି। ଭାରତ ଜିତିଲେ ଆୟୋଜକ ଦେଶ ଭାବେ ବିଶ୍ୱକପ ଜିତିବାର ବିରଳ ଗୌରବ ଗାଥା ଲେଖିବ। ନ୍ୟୁଜିଲାଣ୍ଡ ଜିତିଲେ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ୱକପ ଜିତିବାର ପ୍ରତୀକ୍ଷିତ ସ୍ବପ୍ନକୁ ପୂରଣ କରିବ।
ଏହି ବଡ଼ ମୁକାବିଲା ପୂର୍ବର ରେକର୍ଡ କିନ୍ତୁ ଭାରତ ବିପକ୍ଷରେ ରହିଛି। କାରଣ ବିଶ୍ବକପ୍ରେ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ କେବେ ବି ହରାଇନି ଟିମ୍ ଇଣ୍ଡିଆ । ୩ଥର ଭେଟି ସବୁଥର ପରାଜିତ ହୋଇଛି। ଏଣୁ ରବିବାର ବିଜୟୀ ହେଲେ କିୱି ଦଳଠାରୁ ପୂର୍ବର ସବୁ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିବ ସୂର୍ଯ୍ୟକୁମାର ଯାଦବଙ୍କ ଦକ୍ଷ ସେନା। ଭାରତୀୟ କ୍ରିକେଟ୍ ଦଳ ପାଖରେ ମଧ୍ୟ ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ୱକପ ଫାଇନାଲ୍ ପରାଜୟର ଦୁଃଖକୁ ଦୂର କରିବାର ସୁଯୋଗ ରହିବ।
ଆହୁରି ପଢ଼ନ୍ତୁ : ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ : ରାତିରେ ଇରାନର ତେଲ ଭଣ୍ତାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ
୩ବର୍ଷ ତଳେ ଏହି ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆଠାରୁ ହାରି ଆଉ ଏକ ଏକଦିବସୀୟ ବିଶ୍ବକପ୍ ଜିତିବାର ସୁଯୋଗକୁ ହାତଛଡ଼ା କରିଥିଲା ଭାରତ। ଏଥର ସେହି ଭୁଲ୍ ନ ଦୋହରାଇବାକୁ ପ୍ରତିଶ୍ରୁତିବଦ୍ଧ ରହିବ। ଏଥରର ଫାଇନାଲ୍ରେ ଦୁଇ ଦଳର ଯୁବ ଯୋଦ୍ଧା ସଞ୍ଜୁ ସାମସନ ଓ ଫିନ୍ ଆଲେନଙ୍କ ବ୍ୟାଟିଂ ପ୍ରମୁଖ ଆକର୍ଷଣ ହେବ। ଯଶପ୍ରୀତ୍ ବୁମ୍ରା ପୁଣି ଥରେ ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ନେବେ। ଅଭିଷେକ ଶର୍ମାଙ୍କ ଫ୍ଲସ୍ ସୋ’ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟୟବହୁଳ ବୋଲିଂ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ଦୁଇଟି ଯାକ ଦଳ ବେଶ୍ ସନ୍ତୁଳିତ ହୋଇଥିବାରୁ ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି। ତେବେ ନ୍ୟୁଜିଲାଣ୍ଡ ସ୍ପିନରମାନେ ହିଁ ଭାରତୀୟ ବ୍ୟାଟର୍ଙ୍କୁ ସର୍ବାଧିକ ପରୀକ୍ଷାରେ ପକାଇବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/5-2026-03-08-07-49-25.jpg)