Photograph: (kanak news)
କନକ ବ୍ୟୁରେ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଆଜି, ଭିସାଖାପାଟନମର ଡକ୍ଟର ୱାଏସ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ସନ୍ଧ୍ୟା ୭ଟା ରେ ଆରମ୍ଭ ହେବ ଏବଂ ଟସ୍ ୬ ୩୦ରେ ରେ ପଡ଼ିବ। ଭାରତୀୟ ଦଳ ପୂର୍ବ ତିନୋଟି ମ୍ୟାଚ୍ ଜିତି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୩-୦ ରେ ଅଗ୍ରଣୀ ହାସଲ କରିସାରିଛି ।
ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ଶୃଙ୍ଖଳାକୁ ୪-୦ କରିବାକୁ ଲକ୍ଷ୍ୟ ରଖିଛି । ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ଏହି ମ୍ୟା ରକ୍ଷାକାରୀ ମ୍ୟାଚ୍ ଅଟେ । ଖବର ଅନୁଯାୟୀ, ଭାରତୀୟ ଦଳରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ, ଯେପରିକି ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ । ଭିସାଖାପାଟନମ ପିଚ୍ ସାଧାରଣତଃ ବ୍ୟାଟ୍ସମ୍ୟାନେ ଭଲ ପ୍ରଦର୍ଶନ କରି ଆସିଛନ୍ତି ,ଭାରତ ୩-୦ ରେ ଆଗୁଆ ରହିଥିବା ବେଳେ ଏକ ହାଇ-ସ୍କୋରିଂ ମ୍ୟାଚ୍ ଆଶା କରାଯାଉଛି ।
ଆହୁରି ପଢନ୍ତୁ :ଆଉ ସିନେମାରେ ଗୀତ ଗାଇବେନି ଅରିଜିତ ସିଂ : ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗକୁ କହିଲେ ବାଏ ବାଏ
Follow Us