Matric exam Photograph: (KanakNews)
କନକ ବ୍ୟୁରୋ: ଆଜି ମାଟ୍ରିକ ବୋର୍ଡ ପରୀକ୍ଷାର ଦ୍ବିତୀୟ ବିଷୟ । ଆଜି ଇଂରାଜୀ ଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୩୦୮୨ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବା ବଡ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଛି । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି ।
ଅଧିକ ପଢନ୍ତୁ: ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ମାଜିଷ୍ଟ୍ରେଟ୍ଙ୍କ ସହିତ ୧୮ ପର୍ଯ୍ୟବେକ୍ଷକ ଓ ୧୨ ପୁଲିସ ନିୟୋଜିତ
କଂଟ୍ରୋଲ ରୁମ୍ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯିବ। ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି । ସବୁ କେନ୍ଦ୍ରକୁ ଜଗିଛି ପୁଲିସ୍ । ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ଫୋନ୍ ବାରଣ କରାଯାଇଥିବା ବେଳେ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି । ସ୍ପେଶାଲ ଭିଜିଲାନ୍ସ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବେ । ପ୍ରଶ୍ନପତ୍ର ଲିକ୍କୁ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟର ମାର୍କ ରହିଛି ।
Follow Us