କନକ ବ୍ୟୁରୋ : କଣ୍ଟ୍ରୋଲ ରୁମରୁ କେମିତି ନିୟନ୍ତ୍ରଣ ହେବ ଦଶମ ପରୀକ୍ଷା । ୩୨୨ ନୋଡାଲ ସେଣ୍ଟର ୩୦୮୨ ପରୀକ୍ଷା କେନ୍ଦ୍ର ଉପରେ କେମିତି ଜଗୁଛନ୍ତି କମାଣ୍ଡ କଣ୍ଟ୍ରୋଲ ରୁମ୍ । ଆସନ୍ତା ୧୯ରୁ ହେବାକୁ ଥିବା ଦଶମ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ, କିଛି ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା ଅନୁଷ୍ଠିତ ହେଉଛି । ପରୀକ୍ଷା କେନ୍ଦ୍ର, କପି, ନୋଡାଲ କେନ୍ଦ୍ର ଉପରେ ନଜର ରଖିବ ସିସିଟିଭି । ଜିଲ୍ଲା ସ୍ତରରେ ୭୭ ଟି ସ୍କ୍ୱାର୍ଡ, ବୋର୍ଡ ପକ୍ଷରୁ ୩୭ ଟି ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।

Advertisment

ପ୍ରଶ୍ନପତ୍ର ଲିକ୍ ନହେବା ଲାଗି କ୍ୟୁଆର କୋଡ୍‌ ଏବଂ ପ୍ରତି ପ୍ରଶ୍ନରେ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ପରୀକ୍ଷାର୍ଥଙ୍କ ଲାଗି ଗ୍ରାଉଣ୍ଡ ଫ୍ଲୋର୍ ବ୍ୟବସ୍ଥା କରାଯାଇଛି । ଦଶମ ପରୀକ୍ଷାକୁ ପରିଚାଳନା କରିବା ଲାଗି ବୋର୍ଡ ମାଫ୍ୟରୁ ବିଶାଳ ବ୍ୟବସ୍ଥା ହାତକୁ ନିଆଯାଇଛି ।

ଅଧିକ ପଢ଼ନ୍ତୁ : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା, ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । ଚଳିତ ବର୍ଷ ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିରେ ରେଗୁଲାରରେ ୩ ଲକ୍ଷ ୭୬ ହଜାର ୫୩୫ ଓ ଏକ୍ସ-ରେଗୁଲାରରେ ୨୫ ହଜାର ୮୮ ଜଣ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟର ୨୧୧ଟି ପରୀକ୍ଷା ହବ୍‌କୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯାଇଛି ।

ଆସନ୍ତାକାଲି ମୋଟ ୧୩୬୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । କପି ରୋକିବା ସହ ନକଲମୁକ୍ତ ପରୀକ୍ଷା ପାଇଁ ୫ଟି ସ୍ତରରେ ୧୦୨ଟି ସ୍କ୍ୱାଡ୍‌ ଗଠନ କରାଯାଇଛି, ଯେଉଁମାନେ ହଠାତ୍ ପରୀକ୍ଷା କେନ୍ଦ୍ର ପହଞ୍ଚି ଯାଞ୍ଚ କରିବେ । ଏଥର ପ୍ରଥମ ଥର ପାଇଁ ଜିପିଏସ୍‌ ବ୍ୟବସ୍ଥାରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଯାଇଛି । ସମସ୍ତ ହବ୍‌ରେ ଲାଇଭ୍‌ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି । ଏହାର ସିଧାସଳଖ ନିୟନ୍ତ୍ରଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ରହିଛି, ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ତଦାରଖ କରିହେବ ।