କନକ ବ୍ୟୁରୋ: ଡିସେମ୍ବର ପହିଲାକୁ ବିଶ୍ବବ୍ୟାପୀ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ଚଳିତବର୍ଷ ବିଶ୍ବ ଏଡ୍ସ ଦିବସର ଥିମ୍ ରହିଛି ‘ବିଭ୍ରାଟକୁ ଦୂର କରିବା, ଏଡ୍ସ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା'। ଓଡ଼ିଶାରେ ଏଚ୍ଆଇଭି-ଏଡ୍ସ ସ୍ଥିତି ସମ୍ବେଦନଶୀଳ ରହିଛି । ଏଚ୍ଆଇଭିକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ।
ଅଧିକ ପଢନ୍ତୁ : ଆଜି ବିଶ୍ୱ ଏଡ୍ସ ଦିବସ: ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରେ, ଜିଲ୍ଲାରେ ୧୬,୫୧୫ ଏଡସ୍ ରୋଗୀ
ଚଳିତବର୍ଷ ରାଜ୍ୟବ୍ୟାପୀ ୧୪ ଲକ୍ଷ ୧୩ ହଜାର ୬୧୬ ଜଣଙ୍କର ପରୀକ୍ଷା ହୋଇଥିଲା । ଅକ୍ଟୋବର ମାସ ପର୍ଯ୍ୟନ୍ତ ୨୪୬୨ ଏଚ୍ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଗଞ୍ଜାମରୁ ସର୍ବାଧିକ ୩୫୮, ଖୋର୍ଦ୍ଧାରୁ ୩୩୮, କଟକରୁ ୨୬୧, ସମ୍ବଲପୁରରୁ ୧୯୫, ବଲାଙ୍ଗୀରରୁ ୧୧୦ ଓ ସୁନ୍ଦରଗଡ଼ରୁ ୧୨୧ ଜଣ ଆକ୍ରାନ୍ତ ବାହାରିଛନ୍ତି । ବୌଦ୍ଧ ଜିଲ୍ଲାରେ ମାତ୍ର ୩ ଜଣ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/01/world-aids-day-2025-12-01-08-36-56.jpg)