ପବିତ୍ର ଆଜି ଚତୁର୍ଦ୍ଦଶୀ ତିଥୀ ଓ ପଞ୍ଚୁକର ତୃତୀୟ ଦିନ,  ଶ୍ରୀମନ୍ଦିରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

Advertisment

ସକାଳୁ ସକାଳୁ ସିଂହଦ୍ବାର ସମ୍ମୁଖରେ ଲାଗିଲାଣି ପ୍ରବଳ ଭିଡ଼ । ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ସକାଳୁ ସକାଳୁ ସିଂହଦ୍ବାର ସମ୍ମୁଖରେ ଲାଗିଲାଣି ପ୍ରବଳ ଭିଡ଼ । ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

laxmi narayan besha

laxmi narayan besha Photograph: (Google)

କନକ ବ୍ୟୁରୋ: ପବିତ୍ର ପଞ୍ଚୁକର ଆଜି ହେଉଛି ଚତୁର୍ଥ ଦିନ, ଶ୍ରୀମନ୍ଦିରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସକାଳୁ ସକାଳୁ ସିଂହଦ୍ବାର ସମ୍ମୁଖରେ ଲାଗିଲାଣି ପ୍ରବଳ ଭିଡ଼ । ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ହୁଳହୁଳି, ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ ।

ବାବା ଧବଳେଶ୍ବରଙ୍କ ପାଖରେ ଲାଗିହେଲା ଗଜଭୋଗ,  ରାତି ତମାମ ଉଜାଗର ହୋଇ ବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୌରାଣିକ ମତ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଦାରୁଦେବତାଙ୍କୁ ପ୍ରଥମେ ଦର୍ଶନ କରିଥିଲେ, ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ମହାକାର୍ତ୍ତିକ ପଞ୍ଚୁକର ଚର୍ତୁଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ, ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।  


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe