ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ:  ୩ ଦିନ ଧରି ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟାକୁ ନେଇ କମ୍ପୁଛି ଗୃହ

Advertisment

ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର କରି ପାରନ୍ତି ବିରୋଧୀ । ସେପଟେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ, ଆଇନ ବିଭାଗର ରହିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ।

ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର କରି ପାରନ୍ତି ବିରୋଧୀ । ସେପଟେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ, ଆଇନ ବିଭାଗର ରହିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ।

budget session

budget session Photograph: (KanakNews)

କନକ ବ୍ୟୁରୋ:  ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ । ଆଜିବି ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ । ୩ ଦିନ ଧରି ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁଛି ।  ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର କରି ପାରନ୍ତି ବିରୋଧୀ । ଏପଟେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ, ଆଇନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତା ଉପରେ ରହିଛି ନଜର ରହିଛି । ସେହିପରି ଅପରାହ୍ନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଉପସ୍ଥାନ ହେବାର ଅଛି ।

ଅଧିକ ପଢନ୍ତୁ: ଦିନକ ପରେ ବିଧାନସଭାର ବଜେଟ ଅଧିବେଶନ : କାଉଣ୍ଟର କରିବାକୁ ଶାସକ ଦଳ ସଜବାଜ

ବଜେଟ ଅଧିବେଶନ ଭିତରେ ବଡ଼ ଆନ୍ଦୋଳନର ଡାକରା ଦେଇଛି ବିଜେଡି। ଚାଷୀଙ୍କ ସମସ୍ୟା ନେଇ ଆସନ୍ତା ୨୪ ତାରିଖରେ ଭୁବନେଶ୍ଵରରେ ବଡ ଆନ୍ଦୋଳନ କରିବ ବିଜେଡି । ଏ ନେଇ ଶଙ୍ଖ ଭବନରେ ଗତକାଲି ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରରେ ବିଜେଡି ଆନ୍ଦୋଳନ ଜାରି ରଖିଥିବା ବେଳେ ଫେବୃଆରୀ ୨୪ ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିବାଦ କରିବ ବିଜୁ ଜନତା ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe