କନକବ୍ୟୁରୋ : ଗତ  ଜୁଲାଇରେ ନୂଆ ସରକାରଙ୍କ ବଜେଟ ଅଧିବେଶନ ହେଉ କି  ଡିସେମ୍ୱରର  ଶୀତ ଅଧିବେଶନ । ଏହି ଦୁଇଟି ସେସନରେ ବିରୋଧୀଙ୍କୁ ଅଡୁଆରେ ପକାଇଲାଥିଲା ଶାସକ ଦଳ ବିଜେପି । ପ୍ରତ୍ୟେକ ଅଧିବେଶନରେ  ପୂର୍ବ ସରକାରଙ୍କ  ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣି ବିଜେଡିକୁ ନିଶାନା କରୁଥିଲେ ବିଜେପି ବିଧାୟକ ।

Advertisment

ହେଲେ ଏଥର ବିଧାନସଭାର ଚିତ୍ର ବଦଳିଯିବ ।  ଦିନକ ପରେ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।

ହେଲେ, ଏଥର ବିଧାନସଭା ଅଧିବେଶନ ସୁରଖୁରରରେ ଚଳାଇବା ଶାସକ ଦଳ ପାଇଁ ବଡ ଚ୍ୟାଲେଞ୍ଜ ହେବ। କାରଣ ନୂଆ ସରକାରକୁ ଏହା ଭିତରେ ୯ ମାସ ବିତି ଯାଇଥିବାରୁ, ଶାସକ ଦଳକୁ ଉତରଦାୟୀ କରି ବିଭିନ୍ନ ପ୍ରସଙ୍ଗରେ ଘେରାବନ୍ଦୀ କରିବାକୁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ବିରୋଧୀ। ସରକାରଙ୍କୁ ଜବାବ ମାଗିବେ । 
 ବିଜେଡିର ପ୍ରସଙ୍ଗ
ବାରବାଟୀ ବିଭ୍ରାଟ
କଣାସ ହଇଜା 
ଆଇନ ଶୃଙ୍ଖଳା
କଟନିଛଟନି
ଦରଦାମ ବୃଦ୍ଧି
 କଂଗ୍ରେସର ପ୍ରସଙ୍ଗ
ଚାଷୀ ସମସ୍ୟା
ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା
ନିଯୁକ୍ତି
ସୁଭଦ୍ରାର ହିତାଧିକାରୀ ବାଦ ପଡିବା
ଇ- କେଓ୍ୱାଇସି ନାଁରେ ଦହଗଂଜ

ବିରୋଧୀ ଏହି ସବୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି ବିରୋଧୀ। ଏଥିପାଇଁ  ଆସନ୍ତା କାଲି  ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ବିରୋଧୀଙ୍କ ପ୍ରଶ୍ନର କଡା ଜବାବ ଦେବାକୁ କାଉଁଟର ରଣନୀତି ପ୍ରସ୍ତୁତ କରୁଛି ଶାସକ ଦଳ । ହେଲେ, ଏବେଠାରୁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି। 

ଚଳିତ ବଜେଟ ଅଧିବେଶନରେ ଗୃହରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ଚେତାବବି ଦେଇସାରିଛନ୍ତି ବାଚସ୍ପତି । ଯାହାକୁ ବିରୋଧୀଙ୍କ ଶିବିର କଡା ପ୍ରତିକ୍ରିୟା ପ୍ରକାଶ କରିଥିଲା । ବିରୋଧୀଙ୍କୁ ମନାଇ ଶୃଙ୍ଖଳିତ ଢଙ୍ଗରେ ଗୃହକୁ ସୁପରିଚାଳନା କରିବାକୁ ଆସନ୍ତା କାଲି ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୁରୁମା ପାଢୀ । ଏସବୁ ଭିତରେ ବଜେଟକୁ ନେଇ ଉତ୍କଣ୍ଠା ବଢିଲାଣି । ପ୍ରାୟ  ୩ ଲକ୍ଷ କୋଟି ଛୁଇଁପାରେ ବଜେଟର ଆକାର ।