କନକ ବ୍ୟୁରୋ: ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ । ଆଜିବି ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ । ୩ ଦିନ ଧରି ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁଛି । ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର କରି ପାରନ୍ତି ବିରୋଧୀ । ଏପଟେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ, ଆଇନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତା ଉପରେ ରହିଛି ନଜର ରହିଛି । ସେହିପରି ଅପରାହ୍ନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଉପସ୍ଥାନ ହେବାର ଅଛି ।
ଅଧିକ ପଢନ୍ତୁ: ଦିନକ ପରେ ବିଧାନସଭାର ବଜେଟ ଅଧିବେଶନ : କାଉଣ୍ଟର କରିବାକୁ ଶାସକ ଦଳ ସଜବାଜ
ବଜେଟ ଅଧିବେଶନ ଭିତରେ ବଡ଼ ଆନ୍ଦୋଳନର ଡାକରା ଦେଇଛି ବିଜେଡି। ଚାଷୀଙ୍କ ସମସ୍ୟା ନେଇ ଆସନ୍ତା ୨୪ ତାରିଖରେ ଭୁବନେଶ୍ଵରରେ ବଡ ଆନ୍ଦୋଳନ କରିବ ବିଜେଡି । ଏ ନେଇ ଶଙ୍ଖ ଭବନରେ ଗତକାଲି ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରରେ ବିଜେଡି ଆନ୍ଦୋଳନ ଜାରି ରଖିଥିବା ବେଳେ ଫେବୃଆରୀ ୨୪ ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିବାଦ କରିବ ବିଜୁ ଜନତା ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/budget-session-2026-02-21-08-11-50.jpg)