କନକ ବ୍ୟୁରୋ:  ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଖୁସିର ମାହୋଲ। ଟୁଇନ ସିଟିରେ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି । ରାତି ୭ଟାରୁ ୯ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଛି ପ୍ରଶାସନ। ଆଜି ହେଉଛି କାର୍ତିକ ମାସ ଅମାବାସ୍ୟା ତିଥି  । ହିନ୍ଦୁ ପରମ୍ପରାରେ ରହିଛି ଅନେକ ବିଶେଷ ବିଧି । ଆଜିର ତିଥିରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କର ଆର୍ଶିର୍ବାଦ ନେବାର ପରମ୍ପରା ରହିଛି  । ଆଜି ସେହି ଉଦ୍ଦେଶ୍ୟରେ କରାଯାଉଛି ପୟା ଶ୍ରାଦ୍ଧ । ଆଉ ଆଜି ମଧ୍ୟ ପିତୃଲୋକଙ୍କ ଉଦ୍ଧେଶ୍ୟରେ ବଡବଡିଆ ଡାକିବାର ପରମ୍ପରା ରହିଛି। ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି ସେମାନେ ଆଜିର ଦିନରେ ଶ୍ରୀ ମନ୍ଦିର ନିକଟରେ  ପିଣ୍ଡ ଦାନ କରି ପିତୃଲୋକଙ୍କ ଉଦ୍ଧେଶ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳି ବଡବଡିଆ ଡାକିଥାନ୍ତି ।

Advertisment

ଅପରେସନ୍ ‘ସିନ୍ଦୂର’ ପରେ ଦୀପାବଳିର ଜୋସ୍, ସୀମାରେ ଆତସବାଜି ପାଇଁ ଯବାନ ପ୍ରସ୍ତୁତ...

ଆଉ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯେଗ କରି ପିତୃପୁରୁଷଙ୍କ ଆଲୋକ ଦେଖାଇ ବିଦାୟ ଦେଇଥାନ୍ତି  । ଏହି ପରମ୍ପରାକୁ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରରେ ବେଶ ଭିଡ ଜମିଛି ଶ୍ରଦ୍ଧାଳୁଙ୍କର  । ଏ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।  ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ କୁ ନଜରରେ ରଖି ଆଜି ଓ ଆସନ୍ତକାଲି ଦୁଇଦିନ ପାଇଁ ହୋଇଛି ସ୍ବତନ୍ତ୍ର ପୋଲିସ ଆରେଞ୍ଜମେଣ୍ଟ୍। ପ୍ରଶାସନିକ ସୁରକ୍ଷା ଭିତରେ ସିଂହଦ୍ୱାରର ର ଏମାର ମଠ ଚକଡ଼ା ରେ ୪ଟି ବକ୍ସ ର ବ୍ୟବସ୍ଥା କରାଯାଇଛି। ତାରି ଭିତରେ ଆଲୋକ ବର୍ତ୍ତିକା ଜାଳି ବଡ଼ବଡୁଆ ଡାକିବା ପାଇଁ କରାଯାଇଛି  ବ୍ୟବସ୍ଥା ।