କନକ ବ୍ୟୁରୋ: ଅପରେସନ୍ ‘ସିନ୍ଦୂର’ ପରେ ସୀମାରେ ପ୍ରଥମ ଦୀପାବଳି ପାଳନ କରିବାକୁ ଯାଉଛି ଭାରତୀୟ ସେନା । ଆଲୋକର ପର୍ବ ପାଇଁ ଯବାନଙ୍କ ଭିତରେ ସେହିଭଳି ଜୋସ୍ ଦେଖିବାକୁ ମିଳିଛି । ନିଜ ନିଜ ପରିବାରଠୁ ଦୂରରେ ରହି ଦେଶବାସୀଙ୍କ ସୁରକ୍ଷାରେ ବର୍ଡରେ ନିୟୋଜିତ ଥିବା ଯବାନ ମାନେ ଏଥର ଦୀପାବଳିକୁ ଖାସ୍ କରିବା ପାଇଁ ଲାଗି ପଡ଼ିଛନ୍ତି ।
କିଏ ମୁରୁଜରେ ଶୁଭ ଦୀପାବଳି ଚିତ୍ର ଆଙ୍କିଛନ୍ତି ତ । ଆଉ କିଏ ମହମବତୀ ଲଗାଇ ଅଲୋକର ପର୍ବକୁ ସ୍ବାଗତ କରିବାକୁ ପୂରା ପ୍ରସ୍ତୁତି କରିଛନ୍ତି । ଘରଠୁ ଦୂରରେ ରହିଲେ ବି ଆମ ପରମ୍ପରା ଓ ସଂସ୍କୃତିକୁ ଟିକେ ବି ଭୁଲି ନାହାନ୍ତି ଯବାନ ।
ଖାଲି ଏତିକି ନୁହେଁ, ବିଏସଫ୍ ଯବାନ ମାନେ ଆଲୋକର ପର୍ବ ପାଳିବା ସହ ସୀମା ଏପଟୁ ପାକିସ୍ତାନକୁ ଚେତାବନୀ ମଧ୍ୟ ଦେଇଛନ୍ତି ଆମ ବୀର ଯବାନ । ଦୀପାବଳି ସହ ଅପରେସନ୍ ‘ସିନ୍ଦୂର’ ପାର୍ଟ-୨ ପାଇଁ ବି ତୟାର ଥିବା ରଣହୁଙ୍କାର ଦେଇଛନ୍ତି ଭାରତୀୟ ସେନା ।
ସତରେ ଯେମିତି ଆଲୋକର ପର୍ବ ଅନ୍ଧକାରକୁ ଦୂର କରିଥାଏ ସେମିତି ଏହି ଉତ୍ସବ ସେନାବାହିନୀଙ୍କ ମନୋବଳକୁ ଶତ୍ରୁ ସହ ଲଢ଼େଇ କରିବାକୁ ଉତ୍ସାହିତ କରିଥାଏ । ପରିବାରଠୁ ଦୂରରେ ରହିଲେ ବି ପରମ୍ପରାକୁ ବଜାୟ ରଖିବା , ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/18/vlcsnap-2025-10-18-17h25m14s451-2025-10-18-17-25-37.png)