ଆଜି ପବିତ୍ର ଧନତେରସ୍‌: ନୂଆ ବାସନ, ସୁନା, ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିଲେ ମଙ୍ଗଳ ବୋଲି ରହିଛି ଲୋକ ବିଶ୍ୱାସ

କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟୋଦଶୀ ତିଥିରେ ଧନତେରାସ ପାଳିତ ହେଉଛି । ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ ।

8

dhanterash Photograph: (kanaknews)

କନକ ବ୍ୟୁରୋ: ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟୋଦଶୀ ତିଥିରେ ଧନତେରାସ ପାଳିତ ହେଉଛି । ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ବେଶ ଶୁଭପ୍ରଦ ବୋଲି କୁହାଯାଏ । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି । 

ପାକିସ୍ତାନର ଦୋମୁହାଁ ନୀତି:  ଆଫଗାନିସ୍ତାନ ସହ ଯୁଦ୍ଧବିରାମ ପାଇଁ ରାଜି ହୋଇ ଏୟାରଷ୍ଟ୍ରାଇକ କଲେ ପାକ ସେନା

ବିଶେଷ କରି ସୁନା, ରୁପା ଓ ମୂଲ୍ୟବାନ ଧାତୁ କିଣି ଲୋକ ଘରକୁ ଆଣନ୍ତି । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି, ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ । ଧନତେରାସ ଭଳି ଶୁଭ ଦିନରେ କେବଳ ସୁନା ନୁହେଁ, ନୂଆଗାଡ଼ି, ଆସବାବପତ୍ର ଲୋକ କିଣାକିଣି କରିଥାନ୍ତି । ପବିତ୍ର ଧନତେରାସରୁ ଆରମ୍ଭ ହେଉଛି ହିନ୍ଦୁଙ୍କ ପଞ୍ଚ ପର୍ବ । ତେବେ ଚଳିତ ବର୍ଷ ପଞ୍ଚପର୍ବ ୫ ଦିନ ବଦଳରେ ୬ ଦିନ ଧରି ପାଳିତ ହେବ । ଏହି ପଞ୍ଚପର୍ବ ପାଞ୍ଚ ଗ୍ରହ, ପାଞ୍ଚ ଶକ୍ତି ଓ ୫ଟି ପର୍ବପର୍ବାଣୀ ପାଇଁ ଉତ୍ସର୍ଗୀକୃତ । ଧନତେରାସ ପରେ ମରକ ଚତୁର୍ଦ୍ଦଶୀ, ଦୀପାବଳି, ଗୋବର୍ଦ୍ଧନ ପୂଜା ଓ ଭାଇ ଜିଉନ୍ତିଆ ପାଳିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe