କନକ ବ୍ୟୁରୋ : ଏଣିକି ଆଉ ନିରୀହ ପ୍ରାଣୀଙ୍କ ଚିକିତ୍ସା ଅବହେଳାର ଅଭିଯୋଗ ଶୁଣିବାକୁ ମିଳିବନି । ପ୍ରାଣୀଙ୍କ ଲାଗି ବ୍ରହ୍ମପୁର ସହରରେ ଉପଲବ୍ଧ ରହିବ ୨୪ଘଣ୍ଟିଆ ଆମ୍ବୁଲାନ୍ସ ସେବା । ନିକଟରେ ଉଦଘାଟିତ ହୋଇଥିବା ଏହି ସେବାକୁ ପଶୁପ୍ରେମୀ ସାଧୁବାଦ ଜଣାଇଛନ୍ତି । ଅପରପକ୍ଷରେ ସ୍ବାର୍ଥ ହାସଲ କରି ବାହାରେ ଛାଡ଼ୁଥିବା ପଶୁ ମାଲିକଙ୍କ ପାଇଁ ନିୟମ କୋଠାର କରିବାକୁ ଦାବି କରିଛନ୍ତି ପରିବେଶବିତ୍ ।
ଅଧିକ ପଢ଼ନ୍ତୁ : ଆଣ୍ଠେଇଛି ଆମ୍ବୁଲାନ୍ସ ସେବା ; ଅଗ୍ନିଶମ ଗାଡ଼ିରେ ବୁହା ହେଲେ ରୋଗୀ
ମନୁଷ୍ୟ ଅସୁସ୍ଥ ହେଲେ ପରିବାର ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ସହଜରେ ଜାଣିପାରନ୍ତି । ହେଲେ କଥା କହିପରୁନଥିବା ପଶୁ ବା ପ୍ରାଣୀ ଗତିବିଧିରୁ ଅସୁସ୍ଥତା ବାରି ହୁଏ। ରୋଗାକ୍ରାନ୍ତ କିମ୍ବା ଦୁର୍ଘଟଣାଗ୍ରସ୍ତ ପ୍ରାଣୀଟି ଠିକ୍ ସମୟରେ ମେଡିକାଲରେ ପହଞ୍ଚିଲେ ସୁସ୍ଥ ହୋଇଯାଏ, ନଚେତ ଅକାଳ ବିୟୋଗ ସୁନିଶ୍ଚିତ । ବ୍ରହ୍ମପୁର ସହରରେ ଆଉ ଏଭଳି ଅଭିଯୋଗ ଶୁଣିବାକୁ ମିଳିବ ନାହିଁ । କାରଣ ନିକଟରେ ସହରରେ ୨୪ଘଣ୍ଟିଆ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ୧୯୬୨କୁ ଡାଏଲ କରିବା ମାତ୍ରେ ତୁରନ୍ତ ପହଞ୍ଚିବ ଆମ୍ବୁଲାନ୍ସ ସେବା।
ଅଧିକ ପଢ଼ନ୍ତୁ : ଅଚଳ ହୋଇପଡ଼ିଛି ଆମ୍ବୁଲାନ୍ସ ସେବା ; ହନ୍ତସନ୍ତ ହେଉଛନ୍ତି ରୋଗୀ
ପୂର୍ବରୁ ପ୍ରାଣୀ ଆମ୍ବୁଲାନ୍ସ ସେବା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଉପଲବ୍ଧ ଥିଲା। ଫଳରେ ରାତି ଅଧରେ ପ୍ରାଣୀ ଅସୁସ୍ଥ ହେଲେ କିମ୍ବା ଦୁର୍ଘଟଣାଗ୍ରସ୍ତ ହେଲେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେବା ସହ ଅକାଳରେ ପ୍ରାଣ ହରାଉଥିଲେ । ବିଳମ୍ବରେ ହେଉ ପଛେ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ ଜଣାଇଛନ୍ତି ପଶୁପ୍ରେମୀ। କଥା କହି ପାରୁନଥିବା ପ୍ରାଣୀଟି ହେଲେ ବି ଜୀବଜଗତରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣୁ ପ୍ରାଣୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସାଙ୍ଗକୁ ଲୋକ ସଚେତନ ହେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/09/animal-2026-01-09-19-00-46.jpg)