ମହାନ ଫୁଟ୍‌ବଲ୍‌ ତାରକା ଲିଓନେଲ ମେସି ଆହତ

Advertisment

ମେସି ଆଗାମୀ ସିଜିନ୍‌ର ଦୁଇରୁ ତିନିଟି ମ୍ୟାଚ୍‌ ଖେଳି ପାରିବେ ନାହିଁ । ଇକ୍ବେଡରରେ ବାର୍ସେଲୋନା ବିପକ୍ଷରେ ଖେଳୁଥିବା ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଅବସରରେ ସେ ଆହତ ହୋଇଥିବା ଜଣାପଡ଼ିଛି । 

ମେସି ଆଗାମୀ ସିଜିନ୍‌ର ଦୁଇରୁ ତିନିଟି ମ୍ୟାଚ୍‌ ଖେଳି ପାରିବେ ନାହିଁ । ଇକ୍ବେଡରରେ ବାର୍ସେଲୋନା ବିପକ୍ଷରେ ଖେଳୁଥିବା ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଅବସରରେ ସେ ଆହତ ହୋଇଥିବା ଜଣାପଡ଼ିଛି । 

Messi

କନକ ବ୍ୟୁରୋ: ଆର୍ଜେଣ୍ଟିନା ତଥା ଇଣ୍ଟର ମାୟାମି କ୍ଲବ୍‌ର ମହାନ ଫୁଟ୍‌ବଲ୍‌ ତାରକା ଲିଓନେଲ ମେସି ଆହତ ହୋଇଛନ୍ତି । ତାଙ୍କ ବାମଗୋଡ଼ର ମାଂସପେଶୀରେ ପବନ ଅଟକି ଯାଇଛି । ସେଥିପାଇଁ ସେ ଆଗାମୀ ସିଜିନ୍‌ର ଦୁଇରୁ ତିନିଟି ମ୍ୟାଚ୍‌ ଖେଳି ପାରିବେ ନାହିଁ । ଇକ୍ବେଡରରେ ବାର୍ସେଲୋନା ବିପକ୍ଷରେ ଖେଳୁଥିବା ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଅବସରରେ ସେ ଆହତ ହୋଇଥିବା ଜଣାପଡ଼ିଛି । ମେସି ମଧ୍ୟ ଏଥିଲାଗି ଗତ କିଛି ଦିନ ହେବ ଅଭ୍ୟାସରୁ ଦୂରେଇ ରହିଛନ୍ତି । ସୂଚନାଯୋଗ୍ୟ ଯେ ମେସି ଗତବର୍ଷ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲା ବେଳେ ବଡ଼ ବିବାଦ ମୁଣ୍ଡ ଟେକିଥିଲା । ‌କୋଲକାତାର ସଲ୍‌ଟ ଲେକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ସାମାନ୍ୟ ଝଲକ ନପାଇ ଦର୍ଶକ ହଟ୍ଟଗୋଳ କରିଥିଲେ । ଏପରିକି ପଡ଼ିଆ ଭିତରକୁ ‌ବୋତଲ ମାଡ଼ କରିବା ସହ ଚୌକି, ଟେବୁଲ ଓ ଟେଣ୍ଟ୍‌ ଭାଙ୍ଗି ଦେଇଥିଲେ ।

ଏହା ବି ପଢ଼ନ୍ତୁ: ଭାରତ ବିପକ୍ଷ ମ୍ୟାଚ୍‌କୁ ନେଇ ପାକିସ୍ତାନୀ ଚ୍ୟା‌ନେଲ୍‌ରେ ନୂଆ ନାଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe