କନକ ବ୍ୟୁରୋ: ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍କୁ ନେଇ ପିସିବି ମହାନାଟକ କରିବା ପରେ ସେଠାକାର କିଛି ପୂର୍ବତନ ଖେଳାଳି ଏବେ ଟେଲିଭିଜନ୍ ଚ୍ୟାନେଲ୍ରେ ବସି ଅଜବ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । ବାଂଲାଦେଶକୁ ସମର୍ଥନ କରି ବିଶ୍ବକପ୍ର ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବାର ଧମକ ଏବଂ ଆଇସିସି ଚାପରେ ନାଟକୀୟ ଢଙ୍ଗରେ ୟୁଟର୍ଣ୍ଣ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଲୋକହସା ହେବାରୁ ଯେମିତି ଏମାନେ କିଛି ଶିଖୁ ନାହାନ୍ତି । ୧୫ ତାରିଖର ମହାମୁକାବିଲା ପୂର୍ବରୁ ଭାରତ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ପାକିସ୍ତାନର ଏହି କ୍ରିକେଟ୍ ପଣ୍ଡିତମାନେ ନାନା କଥା ବିଳିବିଳାଉଛନ୍ତି । ପୂର୍ବତନ ସ୍ପିନର ସାକଲିନ୍ ମୁସ୍ତାକ ତ ସବୁ ସୀମା ଟପି ଯାଇ ଆଇସିସି ଉପରେ ଚାପ ପକାଇ ବିସିସିଆଇ କିଛି ବି କରିପାରେ । ଏପରିକି କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ର ପିଚ୍କୁ ମଧ୍ୟ ରାତାରାତି ବଦଳାଇ ଦେଇପାରେ କହି ଭୀଷଣ ଟ୍ରୋଲ୍ର ସମ୍ମୁଖୀନ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ: ଟାଇ ମ୍ୟାଚ୍ ବଢ଼ାଇଛି ବିଶ୍ବକପ୍ ରୋମାଞ୍ଚ, ଭାରତ-ପାକିସ୍ତାନରୁ ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ଯାଏଁ
ପାକିସ୍ତାନ ତା’ର ପୂର୍ବ ଦୁଇ ମ୍ୟାଚ୍ କଲମ୍ବୋର ସିଂହଳୀ ସ୍ପୋର୍ଟସ ଗ୍ରାଉଣ୍ଡ୍ରେ ଖେଳି ବିଜୟୀ ହୋଇଛି । ଭାରତ ବିପକ୍ଷ ମ୍ୟାଚ୍ କିନ୍ତୁ ଆର ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବାର ଅଛି । ଏଣୁ ପାକିସ୍ତାନର ଏକ ଟେଲିଭିଜନ୍ ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଗେମ୍ ଅନ୍ ହୈ’ର ଉପସ୍ଥାପକ ଯେତେବେଳେ ପ୍ରେମଦାସା ଷ୍ଟାଡିୟମ୍ରେ ମଧ୍ୟ ପାକିସ୍ତାନକୁ ପୂର୍ବ ଦୁଇ ମ୍ୟାଚ୍ ଭଳି ପିଚ୍ ମିଳିବ କି ବୋଲି ପ୍ରଶ୍ନ କରିଥିଲେ । ସେତେବେଳେ ସାକଲିନ୍ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରି ଦେଇଥିଲା । ସେ କହିଥିଲେ, ଆଜିକାର ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି କିଛି ବି କରିହେବ । ଆଧୁନିକ ଗ୍ରାଉଣ୍ଡ୍ମ୍ୟାନ୍ମାନେ ଏହାକୁ ମାଧ୍ୟମ କରି ପିଚ୍ ବି ବଦଳାଇ ଦେଇପାରିବେ । ଆପଣ କିଛି କରିପାରିବେନି । ଆମେ ଜାଣିଛେ କାହା ପ୍ରଭାବରେ ଆଇସିସି ଚାଲୁଛି । ସାକଲିନଙ୍କ ଏହି ବିତଣ୍ଡା ଯୁକ୍ତିକୁ କିନ୍ତୁ କ୍ରିକେଟ୍ ବିଶେଷଜ୍ଞମାନେ ହସରେ ଉଡ଼ାଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/saqlain-mushtaq-2026-02-12-13-03-30.jpg)