କନକ ବ୍ୟୁରୋ: ଆର୍ଜେଣ୍ଟିନା ତଥା ଇଣ୍ଟର ମାୟାମି କ୍ଲବ୍ର ମହାନ ଫୁଟ୍ବଲ୍ ତାରକା ଲିଓନେଲ ମେସି ଆହତ ହୋଇଛନ୍ତି । ତାଙ୍କ ବାମଗୋଡ଼ର ମାଂସପେଶୀରେ ପବନ ଅଟକି ଯାଇଛି । ସେଥିପାଇଁ ସେ ଆଗାମୀ ସିଜିନ୍ର ଦୁଇରୁ ତିନିଟି ମ୍ୟାଚ୍ ଖେଳି ପାରିବେ ନାହିଁ । ଇକ୍ବେଡରରେ ବାର୍ସେଲୋନା ବିପକ୍ଷରେ ଖେଳୁଥିବା ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଅବସରରେ ସେ ଆହତ ହୋଇଥିବା ଜଣାପଡ଼ିଛି । ମେସି ମଧ୍ୟ ଏଥିଲାଗି ଗତ କିଛି ଦିନ ହେବ ଅଭ୍ୟାସରୁ ଦୂରେଇ ରହିଛନ୍ତି । ସୂଚନାଯୋଗ୍ୟ ଯେ ମେସି ଗତବର୍ଷ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲା ବେଳେ ବଡ଼ ବିବାଦ ମୁଣ୍ଡ ଟେକିଥିଲା । କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ସାମାନ୍ୟ ଝଲକ ନପାଇ ଦର୍ଶକ ହଟ୍ଟଗୋଳ କରିଥିଲେ । ଏପରିକି ପଡ଼ିଆ ଭିତରକୁ ବୋତଲ ମାଡ଼ କରିବା ସହ ଚୌକି, ଟେବୁଲ ଓ ଟେଣ୍ଟ୍ ଭାଙ୍ଗି ଦେଇଥିଲେ ।
ଏହା ବି ପଢ଼ନ୍ତୁ: ଭାରତ ବିପକ୍ଷ ମ୍ୟାଚ୍କୁ ନେଇ ପାକିସ୍ତାନୀ ଚ୍ୟାନେଲ୍ରେ ନୂଆ ନାଟକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/messi-2026-02-12-14-15-04.jpg)