Sreemandir Photograph: (Kanak News)
କନକ ବ୍ୟୁରୋ: ନୂଆବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି । ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର ହୋଇଛି । ବିଚ୍ରେ ହଟସ୍ପଟ ପାଟ୍ରୋଲିଂ, ସମୁଦ୍ରକୂଳ ଅଞ୍ଚଳରେ ୩ଟି ଫାଣ୍ଡି, ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ବ ଦେଇଛି ପୁରୀ ପୁଲିସ । ପର୍ଯ୍ୟଟକଙ୍କ ପାଇଁ ଆଜି ଏବଂ ଆସନ୍ତାକାଲି ଏହି ଦୁଇ ଦିନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଆସନ୍ତୁ ନଜର ପକାଇବା ଗାଡି ଚାଳକଙ୍କ ପାଇଁ କେଉଁଠି ରହିଛି ପାର୍କିଂ ବ୍ୟବସ୍ଥା ।
ଆଜି କେମିତି କଟିବ ଦିନ? ଜାଣନ୍ତୁ...
ପୁରୀରେ ସୁରକ୍ଷା ବ୍ୟବସ୍ଥା ୫ ଭାଗରେ ବିଭକ୍ତ କରାଯାଇଛି
ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର
ସମୁଦ୍ରକୂଳ ଅଞ୍ଚଳରେ ହଟସ୍ପଟ ପାଟ୍ରୋଲିଂ
ପର୍ଯ୍ୟଟକଙ୍କ ପାଇଁ ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ଟ୍ରାଫିକ୍ କଟକଣା
ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ଘୋଷଣା
ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ଯାଏଁ ଚାରିଚକିଆ ଯାନ ମନା
ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ଜେଲ୍ ରୋଡରେ ପାର୍କିଂ କରିବେ
କୋଣାର୍କରୁ ଆସୁଥିବା ଚାରି ଚକିଆ ଯାନ ତାଳବଣିଆରେ ପାର୍କିଂ
ବ୍ରହ୍ମଗିରିରୁ ଆସୁଥିବା ଚାରି ଚକିଆ ଯାନ ଯାତ୍ରୀକାରେ ପାର୍କିଂ
Follow Us