ପ୍ରଥମେ ଆଜିର ତିଥି ଓ ପର୍ବଦିବସ ବିଷୟରେ ଜାଣିବା। ଆଜି ପୌଷ ଶୁକ୍ଳ ୧୨ଶୀ ରାତ୍ରି ୧:୪୮:୧୬ ଗତେ ୧୩ଶୀ ତିଥି। ମେଷ ଚନ୍ଦ୍ର ଦିବା ୯:୨୨ ଗତେ ବୃଷ ଚନ୍ଦ୍ର। କୃତ୍ତିକା ରାତ୍ରି ୧:୨୯:୨୯ ଗତେ ରୋହିଣୀ ନକ୍ଷତ୍ର। ଖ୍ରୀଷ୍ଟୀୟ ବର୍ଷ ଶେଷ। ଆଜିର ନିଷିଦ୍ଧ ଖାଦ୍ୟ: ପୋଇ, ମସୁରଡାଲି ରାତ୍ରି ୦୧:୪୮:୧୬ ଗତେ ବାଇଗଣ।
.....................
ମେଷ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି। ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ମଧ୍ୟାହ୍ନ ଗତେ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଅପମାନଜନକ ପରିସ୍ଥିତି ଉପୁଜିପାରେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଆର୍ଥିକ କାରବାରରେ ତଥା ଅନ୍ୟ ସହ କଥାବର୍ତ୍ତା ସମୟରେ ସତର୍କତା ଅବଲମ୍ବନୀୟ।
.....................
ବୃଷ: ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଯାନବାହନରେ କିମ୍ବା ମେଡିକାଲରେ ଅଧିକ ଖର୍ଚ୍ଚ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁର ରହିବ। ପରିବେଶ ସହ ଖାପ ଖୁଆଇ ଚଳନ୍ତୁ। ମଧ୍ୟାହ୍ନ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି। ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।
ବାଂଲାଦେଶରେ ଆଉଜଣେ ହିନ୍ଦୁଙ୍କୁ ହତ୍ୟା, ତୃତୀୟ ହିନ୍ଦୁ ଭାବେ ଗୁଳିରେ ଶିକାର ହେଲେ ବଜେନ୍ଦ୍ର ବିଶ୍ୱାସ
.....................
ମିଥୁନ: ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ। ମଧ୍ୟାହ୍ନ ଗତେ ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଯାନବାହନରେ କିମ୍ବା ମେଡିକାଲରେ ଅଧିକ ଖର୍ଚ୍ଚ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁର ରହିବ। ପରିବେଶ ସହ ଖାପ ଖୁଆଇ ଚଳନ୍ତୁ।
.....................
କର୍କଟ: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ କାରବାରରେ ଲାଭ ଯୋଗ ରହିଛି। ମଧ୍ୟାହ୍ନ ଗତେ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ।
ନିର୍ବାଚନ ପୂର୍ବରୁ ସରଗରମ ପଶ୍ଚିମବଙ୍ଗ ରାଜନୀତି, ଅନୁପ୍ରବେଶକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ
.....................
ସିଂହ: ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ନ କରିବା ଭଲ। ପେଟର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ। ମଧ୍ୟାହ୍ନ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ କାରବାରରେ ଲାଭ ଯୋଗ ରହିଛି।
.....................
କନ୍ୟା: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ଏବଂ ଯଥାସମ୍ଭବ ମୌନବ୍ରତ ଅବଲମ୍ବନ କରିବା ଭଲ। ମଧ୍ୟାହ୍ନ ଗତେ ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ନ କରିବା ଭଲ। ପେଟର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ।
.....................
ତୁଳା: ସୁଖସମ୍ପଦ ଲାଭ ହେବ। ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି। ଯାନବାହନରେ ସୁଖ ପାଇବେ। ନୂତନ ପୋଷାକ କ୍ରୟ କରିପାରନ୍ତି। ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ। ମଧ୍ୟାହ୍ନ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ଏବଂ ଯଥାସମ୍ଭବ ମୌନବ୍ରତ ଅବଲମ୍ବନ କରିବା ଭଲ।
.....................
ବିଛା: ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ। ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ। ମଧ୍ୟାହ୍ନ ଗତେ ସୁଖସମ୍ପଦ ଲାଭ ହେବ। ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି। ଯାନବାହନରେ ସୁଖ ପାଇବେ। ନୂତନ ପୋଷାକ କ୍ରୟ କରିପାରନ୍ତି। ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ।
.....................
ଧନୁ: ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ। ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ। ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ। ଅଯଥା ଭାବପ୍ରବଣତାରୁ ଦୂରରେ ରହନ୍ତୁ। ମଧ୍ୟାହ୍ନ ଗତେ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ। ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ।
.....................
ମକର: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ। ମଧ୍ୟାହ୍ନ ଗତେ ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ। ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ। ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ। ଅଯଥା ଭାବପ୍ରବଣତାରୁ ଦୂରରେ ରହନ୍ତୁ।
.....................
କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ। ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ। ମଧ୍ୟାହ୍ନ ଗତେ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ।
.....................
ମୀନ: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଅପମାନଜନକ ପରିସ୍ଥିତି ଉପୁଜିପାରେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଆର୍ଥିକ କାରବାରରେ ତଥା ଅନ୍ୟ ସହ କଥାବର୍ତ୍ତା ସମୟରେ ସତର୍କତା ଅବଲମ୍ବନୀୟ। ମଧ୍ୟାହ୍ନ ଗତେ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ। ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/31/horoscope-2025-12-31-07-20-31.jpg)