Tiger in Chilika Photograph: (kanak news)
କନକ ବ୍ୟୁରୋ : ଚିଲିକା ଟାପୁ ରେ ବାଘ ବୁଲୁଛି । ବାଘ ଗଣନାରେ ନିୟୋଜିତ ବନକର୍ମୀ । ଚିଲିକା ଟାପୁ ଭିତରେ ଚାଲିଛି ବାଘ ଗଣନା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଚିଲିକା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ୫ ଟି ବନ୍ୟପ୍ରାଣୀ ରେଞ୍ଜ୍ରେ ଚାଲିଛି ହିଂସ୍ର ଜୀବଜନ୍ତୁ ଗଣନା । ହେଟା ବାଘ, ପାଣି ଓଧ, ଜଙ୍ଗଲୀ ବିଲେଇଙ୍କ ସଂଖ୍ୟା କେତେ ତାହା ଜାଣିବାକୁ କସରଥ ଚଳାଇଛି ବନ ବିଭାଗ ।
ଚିଲିକା ଡିଏଫ୍ଓଙ୍କ କାର୍ଯ୍ୟାଳୟ ନେତୃତ୍ୱରେ ଚିଲିକାର ୫ ଟି ରେଞ୍ଜ ଟାଙ୍ଗୀ, ଚିଲିକା, ରମ୍ଭା, ସାତପଡା, ବାଲୁଗାଁରେ ଚାଲିଛି ହିଂସ୍ର ଜନ୍ତୁ ଗଣନା । ଗଣନା ସମୟର ଏକକ୍ଲୁସିଭ ଦୃଶ୍ୟ କନକନ୍ୟୁଜର ହସ୍ତଗତ ହୋଇଛି । ଚିଲିକା ଡିଭିଜନର ସମସ୍ତ ବନ କର୍ମଚାରୀ ଘଞ୍ଚ ଜଙ୍ଗଲରେ ବୁଲି ବୁଲି ଗଣନା କରିଛନ୍ତି । ଜଙ୍ଗଲରେ ତଥା ଚିଲିକା ଟାପୁରେ କେତେ ସଂଖ୍ୟାରେ ବାଘ ଅନ୍ୟ ଜୀବଜନ୍ତୁ ରହିଛନ୍ତି ଗଣନା ସରିଛି । ସମସ୍ତ ରିପୋର୍ଟ ଡିଏଫ୍ଓଙ୍କୁ ରେ ହସ୍ତାନ୍ତର କରାଯାଇଛି । ଚୂଡାନ୍ତ ରିପୋର୍ଟ କିଛି ଦିନ ପରେ ଆସିବ ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ---ଚୁଲି ନିଆଁରେ ପଡ଼ିଗଲା ୨ ମାସର ଶିଶୁ; ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଚାଲିଛି ଚିକିତ୍ସା
Follow Us