କନକ ବ୍ୟୁରୋ:  କରଞ୍ଜିଆ ବନଖଣ୍ଡରେ ମହାବଳ ବାଘ ଆତଙ୍କ । ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କେହି ବାଘକୁ ଦେଖିନଥିଲେ ମଧ୍ୟ ବାଘର ପାଦଚିହ୍ନ ଠାବ ପରେ ଠାକୁରମୁଣ୍ଡା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବିଶେଷ କରି ହାତୀଗୋଡା ଓ ସାଲେଇବେଡା ପଞ୍ଚାୟତର ଆଖ ପାଖ ଗ୍ରାମ ଗୁଡିକର ଲୋକ ଆତଙ୍କିତ ହୋଇପଡିଛନ୍ତି ।

Advertisment

କାମାକ୍ଷାନଗରରେ ମାତିଛି ବାଘ, ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ମାରୁଛି

ମହାବଳ ବାଘ ବୁଲୁଥିବା ଖବର ପାଇ ବନକର୍ମଚାରୀମାନେ ଠାକୁରମୁଣ୍ଡା ରେଞ୍ଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ବନ ବିଭାଗର କହିବା ଅନୁଯାୟୀ ଗତ ୨୪ତାରିଖରେ ଶେଷ ଥର ପାଇଁ ତାର ଗତିବିଧି ବିଭାଗୀୟ କାମେରାରେ କଏଦ ହୋଇଥିଲା । ଏବେ ମହାବଳର ସବିଶେଷ ତଥ୍ୟ ମିଳିପାରିନାହିଁ । ଆଜିଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଡିଏଫଓ । ଅନ୍ୟପଟେ ବନ ବିଭାଗର କର୍ମଚାରୀ ଓ ବାଘଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥା ଜରିଆରେ ବାଘର ଗତିବିଧିକୁ ନେଇ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।