କନକ ବ୍ୟୁରୋ : କ୍ଷୟ ହେଉଛି ଜଙ୍ଗଲ । ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ । ଆଜି ମଣିଷ ଜଙ୍ଗଲ କାଟି କଂକ୍ରିଟ ଜଙ୍ଗଲ କରିବାରେ ଲାଗିଛି । ଆଉ ଯାହାର ପରିଣାମ ଏବେ ଭୋଗିବାକୁ ପଡ଼ୁଛି । ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁ ନିରାପଦ ସ୍ଥାନ ସହ ଖାଦ୍ୟ ଖୋଜିଖୋଜି ଗାଁରେ ପହଞ୍ଚିଲେଣି । କେବେ ସେମାନଙ୍କ ଜୀବନ ଯାଉଛି ପୁଣି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଦବସନ୍ତ ଗ୍ରାମରେ ବାଘ ଆତଙ୍କ । ଗାଈକୁ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଲା ବାଘ କ୍ଷ ସୂଚନା ଅନୁସାରେ ଗତଦୁଇ ଦିନ ତଳେ ମହାବିରୋଡ଼ ରେଞ୍ଜ ମଦରଙ୍ଗାମୁଣ୍ଡା ଗାଁରେ ସମାନ ଭାବେ ଏକ ଗାଈକୁ ଆକ୍ରମଣ କରିଥିଲା ବାଘ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ମହାବିରୋଡ଼ ରେଞ୍ଜର ଓ ବନକର୍ମଚାରୀ ପହଞ୍ଚି ବାଘର ପାଦଚିହ୍ନ ଠାବ କରିବା ସହ ତାର ଗତିବିଧି ଉପରେ ନଜର ରଖିଥିଲେ । ବାଘଟି ଏବେ ମହାବିରୋଡ଼ ରେଞ୍ଜରୁ ପଳାଇ ଆସି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାଦବସନ୍ତ ଗ୍ରାମରେ ଆତଙ୍କ ସୃଷ୍ଟି କରିଛି କ୍ଷ ସ୍ଥାନୀୟ ବନ ଅଧିକାରୀଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଟିମ ଏବଂ ଢେଙ୍କାନାଳର ରେସ୍କ୍ୟୁ ଟିମ ବାଘକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ନୀଳଗିରି ତିନି କୋଷିଆ ଜଙ୍ଗଲକୁ ଛତୁ ଓ ଶୁଖିଲା କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ସଜନାଗଡ ପଞ୍ଚାୟତ ପାଣବନ୍ଧ ଗାଁର ଶାନ୍ତିଲତା ନାୟକଙ୍କ ମୃତ୍ୟୁ ହୋଇଛି । ସକାଳୁ ଉଭୟ ଶାନ୍ତିଲତା ଓ ତାଙ୍କ ସ୍ଵାମୀ ତିନିକୋଶିଆ ଜଙ୍ଗଲକୁ ଯାଇଥିଲେ । ଛତୁ ତୋଳୁଥିବା ସମୟରେ ଅଚାନକ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁଟି ମହିଳାଙ୍କ ବେକକୁ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘଷଣା କରିଛନ୍ତି।
ଜନବସତି ମୁହାଁ ଜଙ୍ଗଲୀ ବାଘ, ଢେଙ୍କାନାଳ କାମାକ୍ଷାନଗରରେ ବାଘ ଆତଙ୍କ, ଗାଈକୁ ଜଙ୍ଗଲ ଭିତରକୁ ଟେକିନେଲା ବାଘ
ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁ ନିରାପଦ ସ୍ଥାନ ସହ ଖାଦ୍ୟ ଖୋଜିଖୋଜି ଗାଁରେ ପହଞ୍ଚିଲେଣି । କେବେ ସେମାନଙ୍କ ଜୀବନ ଯାଉଛି ପୁଣି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି ।
/kanak/media/media_files/2025/10/08/19-2025-10-08-18-52-41.jpg)