କନକ ବ୍ୟୁରୋ : ଢେଙ୍କାନାଳରେ ବାଘ ଆତଙ୍କ । ଢେଙ୍କାନାଳ ସହରର ବୋରାପଦା ଜଙ୍ଗଲ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ଜୋର ଧରିଛି । ବାଘର ରଡି ଶୁଣିଥିବା କହିଛନ୍ତି ବୋରାପଦା ଜଙ୍ଗଲ ମଧ୍ୟରେ ଗଜଲକ୍ଷ୍ମୀ ପ୍ୟାଲେସରେ ରହୁଥିବା ରାଜ ପରିବାର । ଅନ୍ୟପଟେ କିଛି ଲୋକ ଜଙ୍ଗଲ ନିକଟରେ ବାଘ ବୁଲୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

Advertisment

ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋରାପଦା ଓ ଆଖପାଖ ଅଞ୍ଚଳର ଲୋକ । ଖବର ପାଇ ବନବିଭାଗ ବୋରାପଦା ଜଙ୍ଗଲ ନିକଟରେ ପହଞ୍ଚି ଡ୍ରୋନ ସହାୟତାରେ ବାଘକୁ ଖୋଜାଖୋଜି କରୁଛି । ସହର ଉପକଣ୍ଠରେ ପ୍ରଥମ ଥର ପାଇଁ ବାଘ ବୁଲୁଥିବା ଖବର ପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।