କନକ ବ୍ୟୁରୋ : ବନବିଭାଗ ସହ ଲୁଚକାଳି ଖେଳୁଛି ବାଘ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ତିନି ଚାରି ଦିନ ହେଲାଣି ଥମିବାର ନାଁ ଧରୁନି ବାଘ ଆତଙ୍କ । ଜଙ୍ଗଲରୁ ବାହାରି ରାସ୍ତା ପାର ହେବା ବେଳେ ବାଘକୁ ଦେଖିଲେ ଲୋକେ । କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା କାନପୁରା ଅନନ୍ତପୁର ଜଙ୍ଗଲ ନିକଟରେ କିଛି ଲୋକ ଭୋଜି କରୁଥିବା ବେଳେ ବାଘ ଦେଖି ବନବିଭାଗକୁ ଖବର ଦେଇଥିଲେ । ତେବେ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ ବାଘ ଜଙ୍ଗଲରେ ଉଭାନ ହୋଇସାରିଥିଲା । ପଶ୍ଚିମାଞ୍ଚଳ ରେଞ୍ଜର୍ ବାଘର ପାଦଚିହ୍ନକୁ ମାପି ଗତିବିଧି ନିରୀକ୍ଷଣ କରିଛନ୍ତି । ପୁଣି ବାଘ ନଜରକୁ ଆସି ଉଭାନ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବାଘଟି ପ୍ରଥମେ ମହାବିରୋଡ଼ ରେଞ୍ଜ୍ ଅନ୍ତର୍ଗତ ମଦରଙ୍ଗାମୁଣ୍ଡା ଗାଁରେ ଏକ ଗାଈକୁ ଘୋଷାଡ଼ି ନେଉଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ l ତେବେ ଆଜି କାମାକ୍ଷାନଗର ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ବାଘକୁ ଦେଖିବାକୁ ମିଳିଥିଲା ।
ବାଘ ଆତଙ୍କ !
ଥମିବାର ନାଁ ଧରୁନି ବାଘ ଆତଙ୍କ
କାମାକ୍ଷାନଗରରେ ତିନି ଚାରି ଦିନ ବାଘ ଆତଙ୍କ
ଅନନ୍ତପୁର ଜଙ୍ଗଲ ନିକଟରେ ଦେଖିଗଲା ବାଘ
ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ବାଘ ଉଭାନ
ବାଘର ପାଦଚିହ୍ନକୁ ମାପି ଗତିବିଧି ନିରୀକ୍ଷଣ
ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ