ମା’ ହେଲା ବାଘୁଣୀ ଜୟଶ୍ରୀ,  ନନ୍ଦନକାନନରେ ତିନୋଟି ଛୁଆ ଜନ୍ମ ଦେଲା ୩ ବର୍ଷିୟ ବାଘୁଣୀ

Advertisment

ଶାବକଙ୍କ ଯତ୍ନ ନେଇନପରିବାରୁ ଚାଲିଗଲା ଦୁଇ ଛୁଆଙ୍କ ଜୀବନ । ଜୀବିତ ଶାବକର ଆଇସିୟୁରେ ଚାଲିଛି ନୀରିକ୍ଷୀଣ ।

ଶାବକଙ୍କ ଯତ୍ନ ନେଇନପରିବାରୁ ଚାଲିଗଲା ଦୁଇ ଛୁଆଙ୍କ ଜୀବନ । ଜୀବିତ ଶାବକର ଆଇସିୟୁରେ ଚାଲିଛି ନୀରିକ୍ଷୀଣ ।

Tiger Birth

Tiger Birth Photograph: (KanakNews)

କନକ ବ୍ୟୁରୋ: ମା’ ହେଲା ବାଘୁଣୀ ଜୟଶ୍ରୀ । ନନ୍ଦନକାନନରେ ବାଘୁଣୀ ଜୟଶ୍ରୀ ତିନୋଟି ଛୁଆ ଜନ୍ମ ଦେଇଛି । ସେଥିରୁ ଦୁଇଟି ମରିଯାଇଥିବା ବେଳେ ଗୋଟିଏ ଛୁଆ ବଞ୍ଚିଛି । ୩ ବର୍ଷିୟ ବାଘୁଣୀ ଜୟଶ୍ରୀ ତା’ର ପ୍ରଥମ ପ୍ରସବରେ ତିନୋଟି ଛୁଆ ଜନ୍ମ ଦେଇଛି । ସାଧାରଣ ରଙ୍ଗର ବାଘ ଅମିତଙ୍କ ସହିତ ମିଳନ ପରେ ଛୁଆ ଜନ୍ମ ଦେଇଥଲା । ହେଲେ ଜୟଶ୍ରୀ ପ୍ରଥମ ପ୍ରସବ ହୋଇଥିବାରୁ  ତା’ ପାଖରେ ପର୍ଯ୍ୟାପ୍ତ ମାତୃତ୍ୱ ପ୍ରବୃତ୍ତିର ଅଭାବ ଦେଖାଇଥିଲା । ଫଳରେ ଛୁଆମାନଙ୍କର ଯତ୍ନ ଭଲ ଭାବେ ନିର୍ବାହ କରିପାରି ନ ଥିଲା । ଫଳରେ ତିନିଟି ଛୁଆରୁ ଦୁଇଟି ମରିଯାଇଛି ।

ଅଧିକ ପଢନ୍ତୁ: ନନ୍ଦନକାନନରେ ଆଖି ବୁଜିଲା ଧଳା ବାଘ ଶାବକ ; ବାଘୁଣୀ ମୌସୁମୀ ଗର୍ଭରୁ ହୋଇଥିଲା ଜନ୍ମ

ବାଘୁଣୀ ଭୁଲବଶତଃ ତା ଛୁଆ ଉପରେ ଗଡ଼ି ପଡିବାରୁ ଗୁରୁତର ଆହତ ହୋଇ ଦୁଇ ଛୁଆଙ୍କ ଜୀବନ ଚାଲିଯାଇଛି । ବଞ୍ଚିଥିବା ଗୋଟିଏ ବାଘ ଛୁଆର ସ୍ୱାସ୍ଥ୍ୟ ଠିକ ନଥିବା ବେଳେ ଚିଡ଼ିଆଖାନା ହସ୍ପିଟାଲର ଆଇସିୟୁରେ ନିରନ୍ତରଯତ୍ନ ଓ ନିରୀକ୍ଷଣ ଅଧୀନରେ ରହିଛି । ଏହି ବାଘ ଛୁଆର ଜନ୍ମ ସହିତ ନନ୍ଦନକାନନ ଜୀବ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ଏବେ ୨୯ କୃ ବୃଦ୍ଧି ପାଇଛି। ୧୮ ପୁରୁଷ ବାଘ, ୧୧ ମାଈ ବାଘ ଅଛନ୍ତି । 
 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe