କନକ ବ୍ୟୁରୋ : ନନ୍ଦନକାନନରେ ଆଖି ବୁଜିଲା ଧଳା ବାଘ ଶାବକ । ଜନ୍ମ ହେବାର ଅଢ଼େଇ ମାସ ପରେ ଧଳା ଶାବକର ମୃତ୍ୟୁ । ଜୁନ୍ ୭ ତାରିଖରେ ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶର ମିଳନରୁ ଜନ୍ମ ହୋଇଥିଲା ଧଳା ଶାବକ । ଜନ୍ମରୁ ଅସୁସ୍ଥ ଥିଲା ଧଳା ବାଘ ଶାବକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜନ୍ମରୁ କମ୍ ଓଜନ ଥିବା ସହ ସଂକ୍ରମଣର ଶିକାର ହୋଇଥିଲା । ଏହାସହିତ କାନରେ ସଂକ୍ରମଣ ହେବା ସହ ଝାଡ଼ାରେ ରକ୍ତ ପଡ଼ୁଥିଲା ।
କେବଳ ଏତିକି ନୁହେଁ, ଜନ୍ମରୁ ରୁଗ୍ଣ ଥିଲା । ଆଉ ଶେଷରେ ଆଜି ତା’ର ମୃତ୍ୟୁ ହୋଇଛି । ବାଘ ଶାବକର ମୃତ୍ୟୁ ସହ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି । ସେପଟେ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ମଦ୍ୟ ୨୮କୁ ହ୍ରାସ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/24/8-2025-08-24-17-04-32.jpg)