କନକ ବ୍ୟୁରୋ: ମା’ ହେଲା ବାଘୁଣୀ ଜୟଶ୍ରୀ । ନନ୍ଦନକାନନରେ ବାଘୁଣୀ ଜୟଶ୍ରୀ ତିନୋଟି ଛୁଆ ଜନ୍ମ ଦେଇଛି । ସେଥିରୁ ଦୁଇଟି ମରିଯାଇଥିବା ବେଳେ ଗୋଟିଏ ଛୁଆ ବଞ୍ଚିଛି । ୩ ବର୍ଷିୟ ବାଘୁଣୀ ଜୟଶ୍ରୀ ତା’ର ପ୍ରଥମ ପ୍ରସବରେ ତିନୋଟି ଛୁଆ ଜନ୍ମ ଦେଇଛି । ସାଧାରଣ ରଙ୍ଗର ବାଘ ଅମିତଙ୍କ ସହିତ ମିଳନ ପରେ ଛୁଆ ଜନ୍ମ ଦେଇଥଲା । ହେଲେ ଜୟଶ୍ରୀ ପ୍ରଥମ ପ୍ରସବ ହୋଇଥିବାରୁ ତା’ ପାଖରେ ପର୍ଯ୍ୟାପ୍ତ ମାତୃତ୍ୱ ପ୍ରବୃତ୍ତିର ଅଭାବ ଦେଖାଇଥିଲା । ଫଳରେ ଛୁଆମାନଙ୍କର ଯତ୍ନ ଭଲ ଭାବେ ନିର୍ବାହ କରିପାରି ନ ଥିଲା । ଫଳରେ ତିନିଟି ଛୁଆରୁ ଦୁଇଟି ମରିଯାଇଛି ।
ଅଧିକ ପଢନ୍ତୁ: ନନ୍ଦନକାନନରେ ଆଖି ବୁଜିଲା ଧଳା ବାଘ ଶାବକ ; ବାଘୁଣୀ ମୌସୁମୀ ଗର୍ଭରୁ ହୋଇଥିଲା ଜନ୍ମ
ବାଘୁଣୀ ଭୁଲବଶତଃ ତା ଛୁଆ ଉପରେ ଗଡ଼ି ପଡିବାରୁ ଗୁରୁତର ଆହତ ହୋଇ ଦୁଇ ଛୁଆଙ୍କ ଜୀବନ ଚାଲିଯାଇଛି । ବଞ୍ଚିଥିବା ଗୋଟିଏ ବାଘ ଛୁଆର ସ୍ୱାସ୍ଥ୍ୟ ଠିକ ନଥିବା ବେଳେ ଚିଡ଼ିଆଖାନା ହସ୍ପିଟାଲର ଆଇସିୟୁରେ ନିରନ୍ତରଯତ୍ନ ଓ ନିରୀକ୍ଷଣ ଅଧୀନରେ ରହିଛି । ଏହି ବାଘ ଛୁଆର ଜନ୍ମ ସହିତ ନନ୍ଦନକାନନ ଜୀବ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ଏବେ ୨୯ କୃ ବୃଦ୍ଧି ପାଇଛି। ୧୮ ପୁରୁଷ ବାଘ, ୧୧ ମାଈ ବାଘ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/28/tiger-birth-2025-12-28-12-13-32.png)