ଆରମ୍ଭ ହେଲା ବାଘ ଗଣନା ; ଫୋକସ୍‌ରେ ଶିମିଳିପାଳ

ଚଳିତ ଥର ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଶିମିଳିପାଳ କର୍ତ୍ତୃପକ୍ଷ । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ ଏନ୍‌ଟିସିଏର ନିର୍ଦ୍ଦେଶ କ୍ରମେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ପକ୍ଷରୁ ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା ।

Shimilipala

Shimilipala Photograph: (kanak news)

କନକ ବ୍ୟୁରୋ: ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ତାଲିମପ୍ରାପ୍ତ ଗୃପ୍ ଏହି ବିଭିନ୍ନ ଉପାୟରେ ଏହି ଗଣନା କରୁଛନ୍ତି । ଚଳିତ ଥର ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଶିମିଳିପାଳ କର୍ତ୍ତୃପକ୍ଷ । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ ଏନ୍‌ଟିସିଏର ନିର୍ଦ୍ଦେଶ କ୍ରମେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ପକ୍ଷରୁ ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ତାଲିମପ୍ରାପ୍ତ ଗ୍ରୁପ୍ ଜଙ୍ଗଲରେ ବୁଲି ବାଘ ପଞ୍ଝାଚିହ୍ନକୁ ଦେଖି ଗଣନା କରୁଛନ୍ତି । ଏହାସହ ୧୫୦୦ କ୍ୟାମେରାର ଭିଡିଓ ଫୁଟେଜକୁ ବିଶ୍ଳେଷଣ କରି ଗଣନା କରାଯିବ । ବାଘ ମଳତ୍ୟାଗ କରିଥିବା ସ୍ଥାନରୁ ସାମ୍ପୁଲ୍ ନେଇ ଟେଷ୍ଟ ପରେ ଗଣନାରେ ତଥ୍ୟ ଯୋଡ଼ାଯିବ । ପୂରା ପ୍ରକ୍ରିୟାରେ ତାଲିମପ୍ରାପ୍ତ ୧୦୩ ଗ୍ରୁପ୍ ନିୟୋଜିତ ଅଛନ୍ତି । 

ଆହୁରି ପଢ଼ନ୍ତୁ... ଖେଳାଳିଙ୍କ ଉପରେ ଚାଲିଛି ରେପ୍ କେସ୍, ତଥାପି ରିଟେନ୍ ରଖିଲା ଆରିସିବି

ଦୁଇଟି ପର୍ଯ୍ୟାୟରେ ଶିମିଳିପାଳରେ ବାଘ ଗଣନା ହେବ। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୨୨ ଯାଏଁ ଚାଲିବ । ଦ୍ଵିତୀୟ ପର୍ଯ୍ୟାୟ ଡିସେମ୍ବର ୧ରୁ ଆରମ୍ଭ ହେବ । ଗଣନା ବେଳେ ବାଘ ସଂଖ୍ୟା ସହ ବାଘ ଖାଉଥିବା ହରିଣ ସମ୍ବର, କୁଟୁରା ଛୋଟ ଛୋଟ ପ୍ରାଣୀଙ୍କ ସଂଖ୍ୟା ଉପରେ ମଧ୍ୟ ନଜର ରଖାଯିବ । ୨୦୧୮ ବାଘ ଗଣନା ଅନୁଯାୟୀ, ଓଡ଼ିଶାରେ ୨୮ଟି ବାଘ ଥିଲେ । ୨୦୨୨ରେ ଶିମିଳିପାଳରେ ୧୮ରୁ ୨୨ଟି ପ୍ରାପ୍ତବୟସ୍କ ବାଘ ରହିଥିବା ଏନ୍‌ଟିସିଏ ତଥ୍ୟ ଦେଇଥିଲା । ୨୦୨୪ରେ ରାଜ୍ୟ ସରକାର ପୁଣି ବାଘ ଗଣନା କରାଇଥିବା ବେଳେ ଶିମିଳିପାଳରେ ୨୭ଟି ପ୍ରାପ୍ତବୟସ୍କ ଓ ୮ଟି ଛୁଆବାଘ ଥିବା ସ୍ପଷ୍ଟ ହୋଇଥିଲା । ଏଥର ବାଘ ସଂଖ୍ୟା ବୃଦ୍ଧି ନେଇ  ଶିମିଳିପାଳ କର୍ତ୍ତୃପକ୍ଷ ବେଶ୍ ଆଶାବାଦୀ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe