ବାରବାଟୀ ମ୍ୟାଚ ପାଇଁ ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି,  ୫ରେ କାଉଁଣ୍ଟରରେ ହେବ ଉପଲବ୍ଧ

ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍‌ଟ ସଂଖ୍ୟା ହ୍ରାସ । ୪ହଜାର ପରିବର୍ତ୍ତେ ୨ହଜାର ଟିକେଟ୍‌ ଅନଲାଇନରେ ହେବ ଉପଲବ୍ଧ

Barabati Stadium

Barabati Stadium Photograph: (Google)

କନକ ବ୍ୟୁରୋ:  ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍‌ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍‌ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍‌ ସଂଖ୍ୟା କମିଛି । ଷ୍ଟାଡିୟମର କିଛି ଗ୍ୟାଲେରୀ ଦୁର୍ବଳ ଥିବାରୁ ଦର୍ଶକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଓସିଏ କର୍ତ୍ତୃପକ୍ଷ । ଏହାଦ୍ବାରା ଗ୍ୟାଲେରୀ ସିଟ୍ ୨ରୁ ଅଢ଼େଇ ହଜାର ହ୍ରାସ ପାଇଥିବା ବେଳେ ୧୯ ଇଞ୍ଚ ବିଶିଷ୍ଟ ସିଟ୍‌କୁ ୨୨ ଇଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ : ବାରବାଟୀ ଟି-୨୦ କାଉଣ୍ଟ ଡାଉନ୍, ପୂର୍ବ ପରାଜୟର ବଦ୍‌ଲା ନେବ ଟିମ୍ ଇଣ୍ଡିଆ !

ବାରବାଟୀ ଲଢ଼େଇ
ଆଜିଠୁ ଅନ୍‌ଲାଇନ୍‌ ଟିକେଟ୍

ଅନଲାଇନ୍‌ରେ ମୋଟ ୨୦୦୦ ଟିକେଟ୍‌ ବିକ୍ରି
ଡିଷ୍ଟ୍ରିକ୍ଟ ବାଏ ଜୋମୋଟୋରେ ଉପଲବ୍ଧ ହେବ ଟିକେଟ୍
ଅନଲାଇନ୍‌ ଟିକେଟ୍‌ କ୍ରେତା ଡିସେମ୍ବର ୮ ଓ ୯ରେ ପାଇବେ ଟିକେଟ୍‌
ଅଫଲାଇନ୍‌ରେ ବିକ୍ରି ହେବ ୧୧,୦୦୦ ଟିକେଟ୍
ମୋଟ ସିଟ୍ ସଂଖ୍ୟା: ୪୨,୦୦୦
ଗ୍ୟାଲେରୀ ନମ୍ବର ୧ ଓ ୩: ୧୧୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୫: ୧୨୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା
ସ୍ପେଶାଲ ଏନ୍‌କ୍ଲୋଜର: ୬,୦୦୦ ଟଙ୍କା
ଏସି ବକ୍ସ: ୮,୦୦୦ ଟଙ୍କା
ନ୍ୟୁ ପାଭିଲିୟନ୍: ୧୦,୦୦୦ ଟଙ୍କା
କର୍ପୋରେଟ୍‌ ବକ୍ସ: ୨୦,୦୦୦ ଟଙ୍କା
ମ୍ୟାଚ୍ ପାଇଁ ସିଟ୍‌ ମଧ୍ୟରେ ବ୍ୟବଧାନ ୨୨ ଇଞ୍ଚ୍ ରହିବ  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe