ଠୁଙ୍କାପୁରୀ ବିନା ଅଧୁରା କଟକର ଐତିହାସିକ ବାଲିଯାତ୍ରା

ବାଲିଯାତ୍ରାକୁ ବୁଲିବାକୁ ଆସିବେ ଆଉ ଠୁଙ୍କାପୁରୀ ଖାଇବେନି , ଏମିତି ତ କେବେ ସମ୍ଭବ ନୁହେଁ । ହାତରେ ବୁଲାଇ ଦେଇ ଆକାଶରେ ଉଡ଼େଇ ତେଲ କଡ଼େଇରେ ପକାଇ ଦିଅନ୍ତି... ଆଉ କେଇ ମିନିଟରେ ପ୍ରସ୍ତୁତ ହୋଇଯାଏ ଠୁଙ୍କାପୁରୀ ।

Thunka Puri

Thunka Puri Photograph: (KANAK NEWS)

କନକ ବ୍ୟୁରୋ : ଠୁଙ୍କାପୁରୀ…ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ମଧ୍ୟ ସେମିତି ସୁଆଦିଆ । ଯାହାର ନାଁ ଶୁଣିଲେ ପାଟିରୁ ଲାଳ ଗଡ଼େ । ବାଲିଯାତ୍ରାକୁ ବୁଲିବାକୁ ଆସିବେ ଆଉ ଠୁଙ୍କାପୁରୀ ଖାଇବେନି , ଏମିତି ତ କେବେ ସମ୍ଭବ ନୁହେଁ । ହାତରେ ବୁଲାଇ ଦେଇ ଆକାଶରେ ଉଡ଼େଇ ତେଲ କଡ଼େଇରେ ପକାଇ ଦିଅନ୍ତି... ଆଉ କେଇ ମିନିଟରେ ପ୍ରସ୍ତୁତ ହୋଇଯାଏ ଠୁଙ୍କାପୁରୀ । କଟକରେ ବାଲିଯାତ୍ରା ସମୟରେ ଠୁଙ୍କାପୁରୀ ଓ ଛେନା ତରକାରି ମିଳିଥାଏ, ଯାହା ସମସ୍ତଙ୍କ ପ୍ରିୟ । 

ଠୁଙ୍କାପୁରୀକୁ ଛେନା ତରକାରୀ...ଶୁଣିଲେ ପାଟି ଓଦା ହେଇ ଯାଉଛି ଆଉ ମନେ ପଡୁଛି ବାଲିଯାତ୍ରା କଥା...ହଁ ଆଜ୍ଞା ବାଲିଯାତ୍ରା ତାହା ପୁଣି କଟକର ଐତିହାସିକ ବାଲିଯାତ୍ରା... ବାଲିଯାତ୍ରା ଆସିବେ ମାନେ  ଆପଣଙ୍କୁ ଜଣେ କେହି ଡାକିବେ ଆସନ୍ତୁ କି ସ୍ୱାଦିଷ୍ଟ, କି ଟେଷ୍ଟି କି ମଧୁର ଖାଦ୍ୟ ଖାଇବା...ଆପଣ ଯେତେବେଳେ ପହଞ୍ଚିବେ ଦେଖିବେ ଗରମା ଗରମ ଠୁଙ୍କାପୁରୀକୁ ଛେନା ଆଉ କୋବି ତରକାରୀ । ବାଲିଯାତ୍ରା ଯାଇଛନ୍ତି ମାନେ ଆପଣଙ୍କ ମେନ୍ୟୁରେ ତାଲିକାରେ ଠୁଙ୍କା ପୁରୀ ପ୍ରଥମ ।

ଅଧିକ ପଢ଼ନ୍ତୁ--ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତାଗିଦ : ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କୀତ କୌଣସି ଭୁଲ ପ୍ରଚାର କରନ୍ତୁ ନାହିଁ

ଯେମିତି ତାରକସି ବିନା କଟକ ଅଧୁରା, ସେମିତି ଠୁଙ୍କାପୁରୀ ବିନା ବାଲିଯାତ୍ରା ଅଧୁରା । ପ୍ରତି ବର୍ଷ ବାଲିଯାତ୍ରା ଆସେ ଆଉ ଠୁଙ୍କା ପୁରୀ ଷ୍ଟଲ ପଡ଼ିଥାଏ । ବାଲିଯାତ୍ରା ପରେ ଠୁଙ୍କା ପୁରୀ ଖାଇବାର ମଜା ମିଳିନଥାଏ । ଆଉ ପୁଣି ଅପେକ୍ଷା କରିବାକୁ ପଡ଼ିଥାଏ ବାଲିଯାତ୍ରାକୁ । ବାଲିଯାତ୍ରା ଭିଡ଼ ଭିତରେ ଠୁଙ୍କା ପୁରୀରର ଡାକ ଶୁଣି ଛୁଟି ଆସନ୍ତି ଗ୍ରାହକ । ଆଉ ଗୋଲ ଗୋଲ ଠୁଙ୍କାପୁରୀ ପେଟେ ଠୁଙ୍କି ଦିଅନ୍ତି । ମନ ଶାନ୍ତି ହୋଇଯାଏ, ଲାଗେ ସତେ ଯେମିତି ବାଲିଯାତ୍ରା ବୁଲାଟା ପୂରା ହୋଇଗଲା । 

ଚଳିତ ବର୍ଷ ବାଲିଯାତ୍ରାରେ ଲୋକମାନଙ୍କ ଭିଡ ବଢି ଯାଇଥିବା ଦେଖିବାକୁ ମିଳିଛି ।  ହଜାର ହଜାର ଲୋକ  ବାଲିଯାତ୍ରା ବୁଲିବା ପାଇଁ ଆସୁଛନ୍ତି । ବାଲିଯାତ୍ରା ବୁଲିବା ସହିତ ବିଭିନ୍ନ ଖାଇବା ଖାଉଛନ୍ତି ।  ଏହା ସହିତ ଦୋଳି ଖେଳ ପାଖରୁ ଆରମ୍ଭ କରି ଜଳପରୀ ସବୁର ମଜା ନେଉଛନ୍ତି ଲୋକମାନେ ।  ଲୋକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  ଆଜି ରବିବାର ଥିବାରୁ ଆହୁରି ଭିଡ ହେବା ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe